ଶର୍ମାଙ୍କ ରାଗ ସୁଧାଂଶୁଙ୍କ ଉପରେ: ଲେଲିନ କେବଳ ମୋହରା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: କଟକ ଓ ଭୁବନେଶ୍ବରର ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ହଟାଇବାକୁ ଯୋଜନା । ‘କହିଁପେ ନିଗାହେଁ କହିଁପେ ନିଶାନା’ । ଅର୍ଥାତ ନଜର ବି.କେ. ଶର୍ମା କିନ୍ତୁ ନିଶାନାରେ ରହିଲେ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ । ଆସୁ ଆସୁ ଷଡ଼ଙ୍ଗୀ କ’ଣ ଗୁରୁଚଣ୍ଡାଳ ଭୁଲ କଲେ ଯେ ପୁଅ ରୋଷେଇ ନକରିବା ଏବଂ କେବଳ ମହିଳା SPOଙ୍କୁ ନିଯୁକ୍ତି ନାଁରେ ତାଙ୍କୁ ଟାର୍ଗେଟ କରାଯାଉଛି । ପ୍ରକୃତରେ ଏହାର ମୂଳ କାରଣ ହେଲେ ପୂର୍ବତନ ଡିଜିପି ବି.କେ ଶର୍ମା । ସୁଧାଂଶୁ ଷଡ଼ଙ୍ଗୀ ଟ୍ବିନ୍‌ ସିଟିର ପୋଲିସ କମିସନର ହେବା ପଛରେ ଥିଲେ ବି.କେ ଶର୍ମା । ପାୱାର କରିଡରରୁ ପୋଲିସ ମୁଖ୍ୟାଳୟ ଯାଏ ସମସ୍ତେ ଜାଣିଛନ୍ତି ଯେ ବି.କେ ଶର୍ମାଙ୍କ ପସନ୍ଦିତା ଅଫିସର ଥିଲେ ସୁଧାଂଶୁ ଷଡ଼ଙ୍ଗୀ । ତେଣୁ ଷଡ଼ଙ୍ଗୀଙ୍କୁ ହଟାଇବାକୁ ଏବେ ତୃତୀୟ ମହଲାର ଏକ ଗ୍ୟାଙ୍ଗ୍ ଲାଗିପଡ଼ିଥିବା ଜଣାପଡ଼ିଛି ।

ଖାସ କରି ଯେବେଠାରୁ ରାଜଧାନୀର କଳ୍ପନା ଛକ ନିକଟରେ ଥିବା ଉତ୍କଳ ଗ୍ୟାଲେରିଆ ସପିଂ ମଲ ବିରୋଧରେ ପୋଲିସ ଆକ୍ସନ ନେଇଥିଲା ସେବେଠାରୁ ଟାର୍ଗେଟରେ ଅଛି ଷଡ଼ଙ୍ଗୀ । ସେତେବେଳେ ପାର୍କିଂ ଏବଂ ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ ନେଇ ଉତ୍କଳ ଗ୍ୟାଲେରିଆକୁ ସିଜ୍‌ କରିଥିଲା ପୋଲିସ । ସେତେବେଳେ ଡିଜିପି ଥିବା ବି.କେ. ଶର୍ମାଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ ସୁଧାଂଶୁ ଷଡ଼ଙ୍ଗୀ । ବି.କେ. ହଟିବା ପରେ ଏବେ ଷଡ଼ଙ୍ଗୀଙ୍କୁ ହଟାଇବାକୁ ଲାଗି ପଡ଼ିଛି ତୃତୀୟ ମହଲା । ତେଣୁ କେବଳ ବିଜେଡି ମୁଖପାତ୍ରଙ୍କୁ ଆୟୁଧ କରି ସୁଧାଂଶୁଙ୍କୁ ହଟାଇବାକୁ ଯୋଜନା କରାଯାଇଛି ।

ଅନ୍ୟପେଟେ ଯଦି ଦେଖାଯାଏ ବି.କେ ଶର୍ମା ଏବଂ ସୁଧାଂଶୁ ଷଡ଼ଙ୍ଗୀ ମଧ୍ୟରେ ସମ୍ପର୍କ ଖୁବ ଭଲ ଥିଲା । ବି.କେ.ଙ୍କର ପ୍ରାୟ ସମସ୍ତ କାର୍ଯ୍ୟକ୍ରମରେ ଷଡ଼ଙ୍ଗୀ ଉପସ୍ଥିତ ରହୁଥିଲେ । ବି.କେ ଗଲା ପରେ ଆଉ ଏବେ ଅଭୟ ଆସିବା ପରେ କମିସନରେଟ ପୋଲିସକୁ ବିଶ୍ବାସକୁ ନେଇପାରୁ ନାହାନ୍ତି । ତେଣୁ ଷଡ଼ଙ୍ଗୀଙ୍କୁ ହଟାଇବାକୁ ଯୋଜନା କରାଯାଇଛି ।

ସେପଟେ ଯଦି ନବୀନଙ୍କ ଶାସନକାଳକୁ ଲକ୍ଷ୍ୟ କରାଯାଏ ତେବେ ଜଣାପଡ଼ିବ ଯେ ଯଦି କେଉଁ ଅଧିକାରୀଙ୍କୁ ହଟେଇବାର ଅଛି ତାଙ୍କୁ ଆଗ ବନ୍ଦନାମ କରାଯାଏ । ଏହା ହେଉଛି ନବୀନ ପ୍ରଶାସନର ତରିକା । ଏକଥା ନିଶ୍ଚିତ ସୁଧାଂଶୁ ବୁଝିସାରିଥିବେ ।

ତୃତୟ ମହଲା ଟାର୍ଗେଟ୍‌ରେ ଷଡ଼ଙ୍ଗୀ କାହିଁକି ?

CPଙ୍କର ଭୁଲ ରହିଲା କେଉଁଠି ?

ଲେଲିନଙ୍କ ପଛରେ କିଏ ?

ଲେଲିନ କେବଳ ମୋହରା
ଲେଲିନଙ୍କ ମୁହଁରେ ତୃତୀୟ ମହଲା ଭାଷା

ଶର୍ମାଙ୍କ ପାଇଁ ସଫା ହେବେ ଷଡ଼ଙ୍ଗୀ

ମହିଳାଙ୍କୁ ସଶକ୍ତ କରିବାକୁ ମହିଳା SPO ନିଯୁକ୍ତି କରି CP କେଉଁ ପ୍ରକାର ଲିଙ୍ଗଗତ ସମାନତାକୁ ଭାଙ୍ଗିଲେ ?

ନବୀନଙ୍କ ଶାସନର ତରିକା ଯେଉଁ ଅଧିକାରୀଙ୍କୁ ହଟେଇବାର ଅଛି ତାଙ୍କୁ ଆଗ ବନ୍ଦନାମ କର

 

ନବୀନ ବାବୁଙ୍କ ଆଦର୍ଶ ମହିଳାଙ୍କୁ ସଶକ୍ତିକରଣ କରିବା । ଏହି ନାରାକୁ ତ ଆଗକୁ ନେବାକୁ ଷଡ଼ଙ୍ଗୀ ମହାଶୟ ମହିଳା SPO ନିଯୁକ୍ତି ଦେଇଥିଲେ । ତା ପରେ ବି କାହିକିଁ ତାଙ୍କୁ ଟାର୍ଗେଟ କରାଗଲା । ଏପରିକି ଜଣେ ବରିଷ୍ଠ ଆଇପିଏସ୍‌ ଅଫିସର ଯିଏ କ୍ଷମତାରେ ଅଛନ୍ତି ତାଙ୍କ ବିରୋଧରେ ଭିଜିଲାନ୍ସରେ କି ଅନ୍ୟ କେଉଁଠି ଅଭିଯୋଗ ମଧ୍ୟ ନାହିଁ ତଥାପି ତାଙ୍କୁ ବିଜେଡିର ସୁଆ (ମୁଖପାତ୍ର) ସମାଲୋଚନା କରିବା ସହ ମନ୍ତବ୍ୟ ପ୍ରତ୍ୟାହର କରିବାକୁ ବି କହିବାକୁ ପଛାଇଲେ ନାହିଁ । ଏକଥାରୁ ଷଡ଼ଙ୍ଗୀ ମହାଶୟ ବୁଝିଯିବା କଥା ଯେ ତାଙ୍କ ଉପରେ ଆଉ ନବୀନଙ୍କ କୃପା ଓ ତୃତୀୟ ମହଲାର ଆଶୀର୍ବାଦ ନାହିଁ ।

Related Posts