
ନୂଆଦିଲ୍ଲୀ: ଦୁଇ ଦିନିଆ ଜାପାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓରେ ପହଞ୍ଚିଛନ୍ତି । ସେତେ ସେଠାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି ।
ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଜାପାନର ଟୋକିଓରେ କ୍ୱାଡ୍ ଦେଶ ସମୂହ ବୈଠକରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରିଥିବା ବେଳେ, ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଟୋକିଓ ରେ ପହଂଚିଛନ୍ତି ।
କ୍ବାଡର ଏହା ହେଉଛି ଚତୁର୍ଥ ବୈଠକ। ପିଏମ ମୋଦୀ ଇନ-ପର୍ସନ ଦ୍ବିତୀୟ ଥର ଲାଗି ଏହି ବୈଠକରେ ସାମିଲ ହେବେ। ସମ୍ମିଳନୀରେ ଭାରତ -ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଶାନ୍ତି, ସମୃଦ୍ଧି ଏବଂ ସ୍ଥିରତା ନେଇ ସକାରାତ୍ମକ ଏବଂ ଗଠନମୂଳକ ଏଜେଣ୍ଡା ଲାଗୁ କରିବା ନେଇ ଆଲୋଚନା ହେବ। ବିଶେଷଭାବେ ଏହି କ୍ଷେତ୍ରରେ କେତେ ପ୍ରଗତି ହୋଇଛି ଏବଂ ଭବିଷ୍ୟତରେ କି କି ପଦକ୍ଷେପ ନିଆଯିବ ସେନେଇ ମଧ୍ୟ ଆଲୋଚନା ହେବ। ଏଥିସହ ଏହି ଅଞ୍ଚଳରେ କଣ ସବୁ ଆହ୍ବାନ ରହିଛି ସେନେଇ ମଧ୍ୟ ଆଲୋଚନା ହେବ।
ମୋଦୀ ୪୦ ଘଣ୍ଟା ଜାପାନରେ ରହଣୀ ସମୟରେ ୨୩ ବୈଠକରେ ସାମିଲ ହେବେ। ବିଶ୍ବର ୩ ବଡ ନେତାଙ୍କ ସହ ବୈଠକ କରିବେ। ସମସ୍ତଙ୍କ ନଜର ରହିବ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପିଏମ ମୋଦୀଙ୍କ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ଉପରେ। ଏହାସହ ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସଙ୍କ ସହ ଦ୍ବିପାକ୍ଷିକ ବୈଠକ କରିବେ । ୩୬ ଜାପାନ କମ୍ପାନୀର ସିଇଓ ଏବଂ ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ଭେଟିବେ ପ୍ରଧାନମନ୍ତ୍ରୀ ମୋଦୀ