ବିଧାନସଭା ପ୍ରଶ୍ନକାଳ : ଭିନ୍ନକ୍ଷମ ପିଲାଙ୍କ ପାଇଁ ସ୍ବତନ୍ତ୍ର ବିଦ୍ୟାଳୟ

ଆଜି ବିଧାନସଭା ପ୍ରଶ୍ନକାଳରେ ଭିନ୍ନକ୍ଷମ ସଶକ୍ତିକରଣ ଉପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା । ଭିନ୍ନକ୍ଷମ ପିଲାଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ ୧୦୬ଟି ସ୍ବତନ୍ତ୍ର ବିଦ୍ୟାଳୟ ରହିଛି । ଗୋଟିଏ ଯୁକ୍ତ ଦୁଇ ମହାବିଦ୍ୟାଳୟ ରହିଛି। ଏଥିରୁ ୪୬ଟି ବିଦ୍ୟାଳୟ କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ ହେଉଛି । ପିଲାମାନଙ୍କୁ ମାଗଣା ରହିବା, ଖାଇବା ବ୍ୟବସ୍ଥା କରାଯାଇଛି। ଯେଉଁମାନେ ଆବାସିକ ସ୍କୁଲ ରେ ରହୁଛନ୍ତି, ସେମାନଙ୍କୁ ମାସକୁ ୫ଶହ ଟଙ୍କା ବୃତ୍ତି ଦିଆଯାଉଛି। ଯେଉଁମାନେ ରାହୁନାହାନ୍ତି ସେମାନଙ୍କୁ ମାସିକ ୨୫୦ ଟଙ୍କା ଦିଆଯାଉଛି। ବ୍ରେଲି ବହି, ମାଗଣାରେ ଶ୍ରବଣ ଯନ୍ତ୍ର ଯୋଗାଇ ଦିଆଯାଉଛି। ଏ ନେଇ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସୂଚନା ଦେଇଛନ୍ତି ।

ସେମିନାର ଏବଂ ବିଜ୍ଞାନ ମେଳା କରିବା ପାଇଁ ୧୦ ବର୍ଷରେ ୩୧ଲକ୍ଷ ୯୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ଗୋଟିଏ ଆର୍ଥିକ ବର୍ଷରେ ଦୁଇ ଥର ଅନୁଦାନ ଦିଆଯାଏ। ରାଜ୍ୟସ୍ତରୀୟ ବିଜ୍ଞାନ ମେଳା ଓ ସେମିନାର କଲେ ସ୍କୁଲଗୁଡିକୁ ୮୦ ହଜାର ଓ କଲେଜଗୁଡିକୁ ୧ ଲକ୍ଷ ଟଙ୍କା ଅନୁଦାନ ଦିଆଯାଉଛି। ଅନ୍ତର୍ଜାତୀୟ ସେମିନାର କଲେ ଦେଢ଼ ଲକ୍ଷ ଟଙ୍କା ଅନୁଦାନ ଦିଆଯାଉଛି। ଏ ନେଇ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି ।

Related Posts