ନୟାଗଡ଼- ମହିପୁରକୁ ଗଡିଲା ଟ୍ରାଏଲ ଇଞ୍ଜିନ

ମହିପୁରବାସୀଙ୍କ ଦୀର୍ଘ ଦିନର ଆଶା ପୂରଣ ହୋଇଛି । ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା – ବଲାଙ୍ଗୀର ରେଳ ଲାଇନ କାର୍ଯ୍ୟ ଆଉ ପାଦେ ଆଗେଇଛି । ନୟାଗଡ଼- ମହିପୁର ମଧ୍ୟରେ ଟ୍ରାଏଲ  ଟ୍ରେନ ଇଞ୍ଜିନ ଚାଲିବା ଆରମ୍ଭ ହୋଇଛି ।

ନବନିର୍ମିତ ଏହି ୧୨ କିଲୋମିଟର ରେଳ ଟ୍ରାକ୍ ଉପରେ ପରୀକ୍ଷାମୂଳକ ଭାବେ ଇଞ୍ଜିନ ଗଡ଼ିଛି। ପୂର୍ବତଟ ରେଳପଥର ଯନ୍ତ୍ରୀ ଏବଂ ଅଧିକାରୀଙ୍କ ଉପସ୍ଥିତିରେ ଏହି ଇଞ୍ଜିନ ଚାଲିଥିଲା। ଟ୍ରାଏଲ ରନ୍ ସଫଳ ହେଲେ ବିଧିବଦ୍ଧ ଭାବେ ମହିପୁରକୁ ସ୍ୱାଭାବିକ ଭାବେ ଟ୍ରେନ୍‌ ଚଳାଚଳ କରିବ।

Related Posts