ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଶ୍ନପତ୍ର ଲିକ୍‌ ମାମଲା; ଆସନ୍ତା ୧୯ରେ ହେବ ବାତିଲ ହୋଇଥିବା ପରୀକ୍ଷା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଶ୍ନପତ୍ର ଲିକ୍‌ ମାମଲାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି । ସେପଟେ ପ୍ରଶ୍ନ ପତ୍ର ଲିକ୍ ହେବା ଫଳରେ ପରୀକ୍ଷା ସବୁକୁ କତୃପକ୍ଷ ବାତିଲ କରିଛନ୍ତି । ଯାହା ଫଳରେ ମେଧାବୀ ଛାତ୍ରଛାତ୍ରୀମାନେ ଚିନ୍ତାରେ ପଡ଼ିଛନ୍ତି । ଏହା ମଧ୍ୟରେ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଗୁରୁବାର ଏଜୁକେଶନ ଅନର୍ସ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ପରେ ବାତିଲ ହୋଇଥିବା ପରୀକ୍ଷା ଆସନ୍ତା ୧୯ରେ କରାଯିବ ବୋଲି ସୂଚନା ମିଳିଛି ।

ଏ ନେଇ ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ନୋଟିସ ଜାରି କରାଯାଇଛି। ୧୯ ତାରିଖରେ ହେବାକୁ ଥିବା ପରୀକ୍ଷା ଦିନ ୧୦ଟାରୁ ଆରମ୍ଭ ହୋଇ୧ଟା ଯାଏ ଚାଲିବ। ସେପଟେ ଗୁରୁବାର ଏଜୁକେଶନ ଅନର୍ସ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ପରେ ଶୁକ୍ରବାର ଯୁକ୍ତ ୩ର ଶେଷ ବର୍ଷ ଫିଜିକ୍ସ୍‌ ପ୍ରଶ୍ନପତ୍ର ଲିକ୍‌ ହୋଇଛି। ତେବେ ଆଜି ମଧ୍ୟ ପରୀକ୍ଷା ବାତିଲ କରାଯାଇଥିବା ନେଇ କଲେଜ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts