ସଂସଦର ମୌସୁମୀ ଅଧିବେଶନରେ ଦରଦାମ ବୃଦ୍ଧି, ଅଗ୍ନୀପଥ ଯୋଜନା ପ୍ରସଙ୍ଗରେ ସରକାରକୁ ଘେରିବ କଂଗ୍ରେସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଗାମୀ ୧୮ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏନେଇ ଗତକାଲି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ଏକ ବୈଠକ ବସିଥିଲା। ଏହି ବୈଠକ ସୋନିଆଙ୍କ ୧୦ ଜନପଥ ବାସଭବନ ରେ ବସିଥିବା ବେଳେ ଏହି ବୈଠକରେ ଦଳର ସମସ୍ତ ବରିଷ୍ଠ ନେତା ଉପସ୍ଥିତ ଥିଲେ। ତେବେ ଏକ ଘଣ୍ଟାରୁ ଉର୍ଦ୍ଧ ସମୟ ଚାଲିଥିବା ଏହି ବୈଠକରେ ଦଳ ମୌସୁମୀ ଅଧିବେଶନରେ ଲୋକସଭା ଓ ରାଜ୍ୟସଭାରେ କେଉଁ କେଉଁ ପ୍ରସଙ୍ଗରେ ସରକାରଙ୍କୁ ଘେରିବ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା।ତେବେ ବୈଠକ ପରେ ଦଳର ବରିଷ୍ଠ ନେତା ମଲ୍ଲିକାର୍ଯୁନ ଖର୍ଗେ କହିଛନ୍ତି ଯେ ସଂସଦରେ ମୁଖ୍ୟତଃ ଦେଶରେ ବଢୁଥିବା ଦରଦାମ, ଗ୍ୟାସ୍ ଦରବୃଦ୍ଧି ପ୍ରସଙ୍ଗକୁ ଦଳ ପ୍ରାଥମିକତା ଦେବ। ଏହା ବ୍ୟତୀତ ଅଗ୍ନିପଥ ଯୋଜନା, ବଢୁଥିବା ବେରୋଜଗାରୀ ଓ ଡଲାର ତୁଳନାରେ ଟଙ୍କା ର ମୂଲ୍ୟ ହାସ ପ୍ରସଙ୍ଗ ମଧ୍ୟ ଉଠାଯିବ।

ଏହି ବୈଠକ ରେ ଖର୍ଗେଙ୍କ ବ୍ୟତୀତ ଅଧିର ରଞ୍ଜନ ଚୌଦୁରି, ଜୟରାମ ରମେଶ, ପି ଚିଦାମ୍ବରମଙ୍କ ସମେତ ଅନେକ ବରିଷ୍ଠ ନେତା ସାମିଲ ହୋଇଥିଲେ। ସୂଚନା ଅନୁସାରେ ସଂସଦ ର ମୌସୁମୀ ଅଧିବେଶନ ଜୁଲାଇ ୧୮ ରୁ ଆରମ୍ଭ ହୋଇ ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ।

Related Posts