
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦୁଇଦିନ ତଳେ ଏକାଦଶ ଭୋଜିରେ ଚଢାଉବେଳେ ବାଲେଶ୍ୱର ସହରର ସଦର ତହସିଲ୍ଦାର୍ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ । ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଅନ୍ତର୍ଗତ ଆର.ଉଦୟଗିରିର ତହସିଲ୍ଦାର୍ଙ୍କ ସହିତ । ଏକ ବାହାଗର ଭୋଜିରେ ଚଢାଉ କରିବାକୁ ଯାଇଥିବା ବେଳେ ଆକ୍ରମଣର ସିକାର ହୋଇଥିଲେ । ତାଙ୍କୁ ପିଟାପିଟି କରିବା ସହ ପଥର ମାଡ ମଧ୍ୟ କରିଛନ୍ତି । ତହସିଲ୍ଦାର୍ଙ୍କ ସମେତ ତାଙ୍କ ସହ ଯାଇଥିବା ତିନି ଜଣ ଯବାନ୍ ଆହାତ ହୋଇଛନ୍ତି । ଏମିତିକି ଉତ୍ତ୍ୟକ୍ତ ଲୋକମାନେ ତହସିଲ୍ଦାର୍ଙ୍କ ଗାଡିକୁ ଭଙ୍ଗାରୁଜା କରିଛନ୍ତି । କରୋନା ପାଇଁ ସରକାର ବାହାଗର ଓ ସୁଦ୍ଧିକ୍ରିୟା ଉପରେ କଟକଣା ଜାରି କରିଛନ୍ତି । ନିର୍ଦ୍ଧିଷ୍ଟ କେତେଜଣକୁ ନେଇ ଏହି କାମ କରିବାକୁ ନିୟମ କରାଯାଇଛି । ଦେଖିବାକୁ ଗଲେ କରୋନା ସଂକ୍ରମଣ ବଢୁଥିବାରୁ ସରକାର ଏହାକୁ ଦୃଷ୍ଟିରେ ରଖି କୋଭିଡ୍ ଗାଇଡ୍ ଲାଇନ ପ୍ରସ୍ତୁତ କରିଛନ୍ତି, କିନ୍ତୁ ଲୋକମାନେ ଏହାକୁ ମାନିବାକୁ ନାରଜ । ଫଳରେ ଅମାନିଆଙ୍କ ଶିକାର ହେଉଛନ୍ତି ବଡବଡ ପ୍ରଶାସନିକ ଅଧିକାରି । ମିଳିଥିବା ସୂଚନା ଅନୁାରେ, ରା.ଉଦୟଗିରି ଠାରୁ ୧୩ କି.ମି ଦୂର ଛେଳିଗଡ ଖ୍ରୀଷ୍ଟିଆନ ସାହିରେ ଚାଲିଥିବା ଏକ ବାହାଘରରେ କୋଭିଡ୍ ନିୟମ ଉଲ୍ଲଂଗନ ହେଉଥିବା ଖବର ପାଇବାପରେ ରା.ଉଦୟଗିରିର ତହସିଲଦାର ସ୍ମୃତିରଞ୍ଜନ ଶତପଥୀ ଏହାକୁ ବନ୍ଦକରିବାକୁ ଯାଇଥିଲେ । କନ୍ତୁ ଅକ୍ରମଣର ଶିକାର ହୋଇଥିଲେ । ସାହି ଭିତରୁ ତହସିଲଦାରଙ୍କୁ ପିଟିପିଟି ଆଣି ଥିଲେ ।ଏହି ସମୟରେ ବିଦ୍ୟୁତ୍ ଚାଲିଯଇ ଥିବାରୁ ଲୋକମାନେ ପଥର ମାଡ କରିବା ଆରମ୍ଭ କରିଥିଲେ । ପଥର ମଧ୍ୟ ତହସିଲ୍ ଦାର୍ଙ୍କ ମୁଣ୍ଡରେ ବାଜିଥିଲା । ୩ ଜଣ ଯବାନ ଆହାତହେବା ସହ ଗାଡିଗୁଡିକ ଭଙ୍ଗାରୁଜା କରିଥିଲେ ଓ ଡ୍ରାଇଭରକୁ ମଧ୍ୟ ମାଡମାରି ଆହାତ କରିଥିବା ଜଣାପଡିଛି । କିଛି ପୁଲିସ କର୍ମଚାରିଙ୍କ ସହାୟତାରେ ତହସିଲ୍ଦାର୍ଙକୁ ରା.ଉଦୟଗିରି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରାଯାଇଛି । କୋଭିଡ୍ ନିୟମ ଉଲଘଂନ ସହ ତହସିଲଦାରଙ୍କୁ ମାଡମରା ଘଟଣା ରେ ଦୁଖଃ ପ୍ରକାଶ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯାଅନୁଷ୍ଠାନ ହେବ ଏବଂ ଏଥିରେ କାହାକୁ ଦୟା ଦେଖାଇବାର ନାହୀଁ ବୋଲି ଗଜପତି ଜିଲ୍ଳାପାଳ ଅନୁପମ ସାହା ସୂଚନା ଦେଇଛନ୍ତି ।