ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସମ୍ବଲପୁର ଜିଲ୍ଲା ବୁର୍ଲା ସ୍ଥିତ ଭିସୁଟରେ ରାଗିଂ ଅଭିଯୋଗ। ଭିସୁଟର ଜଣେ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ଚତୁର୍ଥ ବର୍ଷର କିଛି ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ର ଜଣକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ, ଭିସୁଟରେ ଜଣେ ଦ୍ଵିତୀୟ ବର୍ଷର ଛାତ୍ର ନିଜ ହଷ୍ଟେଲ ରୁମରେ ଶୋଇଥିବାବେଳେ କିଛି ଚତୁର୍ଥ ବର୍ଷର ଛାତ୍ର ତାଙ୍କ ରୁମକୁ ପଶି ଆସିଥିଲେ। ଏହାପରେ ଛାତ୍ରଙ୍କୁ ପ୍ରବଳ ମାଡ଼ ମାରିବା ସହ ରାଗିଂ କରିଥିଲେ। ଏନେଇ ଛାତ୍ର ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଏବେ ପୋଲିସ ତଦନ୍ତ ଆରମ୍ଭ କରିଛି ।