ଦିନକୁ ୧୭ ଟଙ୍କା ଆର୍ଥିକ ସହାୟତା, ଚାଷୀଙ୍କ ପ୍ରତି ଅପମାନ:ରାହୁଲ

ସଂସଦରେ କେନ୍ଦ୍ର ସରକାର ଆଗତ କରିଥିବା ଅନ୍ତରୀଣ ବଜେଟ୍‌କୁ ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।
କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦିଙ୍କର ଅପରିଣାମଦର୍ଶୀ ରାଜନୀତି ଦେଶର ଚାଷୀକୂଳର ମେରୁଦଣ୍ଡ ଭାଙ୍ଗି ଦେଇଛି । ଯେଉଁ ଚାଷୀ ଦିନ ରାତି ଏକ କରି ଆମକୁ ଖାଦ୍ୟ ଯୋଗାଉଛନ୍ତି ସେମାନଙ୍କୁ ସହାୟତା ନାମରେ ଦିନକୁ ମାତ୍ର ୧୭ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ଲଜ୍କାଜନକ । ଏହି ସହାୟତା ମିଳିବ ପୁଣି ସେହି ଚାଷୀଙ୍କୁ, ଯେଉଁମାନେ ୨ ହେକ୍ଟର ଜମିର ମାଲିକ ହୋଇଥିବେ । ’

ଗତ ୫ ବର୍ଷ ଭିତରେ ଦେଶର ଚାଷୀଙ୍କୁ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ଅବସ୍ଥା ଭିତରକୁ ଠେଲିଦେଇ ନିର୍ବାଚନ ବର୍ଷରେ ବଜେଟରେ ଦୈନିକ ୧୭ ଟଙ୍କା ହିସାବରେ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ବ୍ୟବସ୍ଥା କରିବା ସେମାନଙ୍କ ପ୍ରତି ଘୋର ଅପମାନ ଛଡ଼ା ଅନ୍ୟ କିଛି ନୁହେଁ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ।

Related Posts