କରୋନାରେ ସଂକ୍ରମିତ ହେଲେ ରାହୁଲ ଗାନ୍ଧି

rahul gandhi

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ରାହୁଲ ଗାନ୍ଧି ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କରୋନା ପରୀକ୍ଷା କରିବା ସହ ସମସ୍ତ କଟକଣା ମାନିବା ପାଇଁ ଅନୁରୋଧ କରିଛନ୍ତି ।

ସେହିପରି ଗତକାଲି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କରୋନାରେ ଆକ୍ରାନ୍ତ ହୋଇଥିଲେ । ସଂକ୍ରମିତ ହେବା ପରେ ତାଙ୍କୁ ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ତେବେ ମନମୋହନ ସିଂହ ଏବଂ ତାଙ୍କ ପତ୍ନୀ ଗୁରୁଶରଣ କୌର ମାର୍ଚ୍ଚ ୪ରେ ପ୍ରଥମ କରୋନା ଟିକା ନେଇଥିଲେ । ତେବେ ଗତକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଆଜି କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ କରୋନା ହେବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ଉଭୟ ରାହୁଲ ଗାନ୍ଧି ଓ ମନମୋହନ ସିଂହ କରୋନାକୁ ମାତ ଦେଇ ଖୁବଶୀଘ୍ର ସୁସ୍ଥ ହେବେ ବୋଲି ତାଙ୍କ ପ୍ରଶଂସକ ଆଶା ବାନ୍ଧିଛନ୍ତି ।

Related Posts