ସୁପ୍ରିମ୍‌କୋର୍ଟରେ ରାଫେଲ ମାମଲାର ପୁନର୍ବିଚାର ଆବେଦନ ଖାରଜ

(ସତ୍ୟପାଠ ବ୍ୟୁରୋ) ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟରେ ରାଫେଲ ମାମଲାର ପୁନର୍ବିଚାର ଆବେଦନ ଖାରଜ । ବହୁମତରେ ସୁପ୍ରିମ୍‌କୋର୍ଟରେ ଆବେଦନ ଖାରଜ ହୋଇଥିବା ସୂଚନା । ଫ୍ରାନ୍ସର ଡାସଲ୍ଟ ଏଭିଏସନ୍ସ ଠାରୁ ୩୬ଟି ରାଫେଲ୍‌ ଲଢୁଆ ବିମାନ କ୍ରୟ ବାବଦରେ ଏନ୍‌ଡିଏ ସରକାରଙ୍କୁ ସୁପ୍ରିମ୍‌ କୋର୍ଟ ଦେଇଥିବା କ୍ଲିନ୍‌ ଚିଟ୍‌ର ପୁନଃ ସମୀକ୍ଷା ପାଇଁ ଦାଏର କରାଯାଇଥିବା ପିଟିସନ୍‌ଗୁଡ଼ିକୁ ସୁପ୍ରିମ୍‌ କୋର୍ଟ ଖାରଜ କରିଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଚୋର’ କହି ରାଜନୈତିକ ସମାଲୋଚନା କରିଥିବା ରାହୁଲ୍ ଗାନ୍ଧିଙ୍କ ବିରୋଧରେ ଚାଲିଥିବା ଅଦାଲତ ଅବମାନନା ମାମଲାକୁ ମଧ୍ୟ ସୁପ୍ରିମ୍‌ କୋର୍ଟ ଖାରଜ କରିଛନ୍ତି । ଜଣେ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ବ୍ୟକ୍ତିତ୍ୱ ହୋଇଥିବାରୁ ଆଗକୁ ଭାବିଚିନ୍ତି ମନ୍ତବ୍ୟ ଦେବାକୁ ଅଦାଲତ ରାହୁଲ୍ ଗାନ୍ଧିଙ୍କୁ ଚେତାବନୀ ଦେଇଛନ୍ତି ।

ରାହୁଲ ଗାନ୍ଧିକଙ୍କ କ୍ଷମା ପ୍ରାର୍ଥନାକୁ ସ୍ବୀକାର କଲେ ସୁପ୍ରିମ କୋର୍ଟ

ରାହୁଲ ଗାନ୍ଧିଙ୍କ ବିରୋଧରେ ଅବମାନନା ମାମଲାକୁ ବନ୍ଦ କଲେ ସୁପ୍ରିମ କୋର୍ଟ

ଭବିଷ୍ୟତରେ ଏଭଳି ବୟାନରୁ ନିବୃତ ରହିବା ସହ ସତର୍କ ରହିବାକୁ ରାହୁଲଙ୍କୁ କହିଛିନ୍ତି କୋର୍ଟ

ସୂଚନା ଅନୁଯାୟୀ ଫରାସୀ ବିମାନ ନିର୍ମାତା ଡସଲ୍ଟ ଏଭିଏସନ୍‌ ସହ ହୋଇଥିବା ୫୯, ୦୦୦ କୋଟି ଟଙ୍କାର ରାଫେଲ୍‌ ଲଢୁଆ ବିମାନ କ୍ରୟ ରାଜିନାମାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଅଦାଲତଙ୍କ ତତ୍ତ୍ୱାବଧାନରେ ଏହାର ତଦନ୍ତ କରାଯାଉ ବୋଲି ହୋଇଥିବା ଆବେଦନକୁ ଡିସେମ୍ବର ୨୦୧୮ ରାୟରେ ଖାରଜ କରାଯାଇଥିଲା । ବିଚାରପତି ଏସ୍‌କେ କଉଲ୍‌ ଏବଂ କେଏମ୍‌ ଜୋସେଫଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବା ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ମେ ୧୦ ତାରିଖ ଦିନ ରିଭ୍ୟୁ ପିଟିସନ୍‌ ସମ୍ବନ୍ଧୀୟ ରାୟ ସଂରକ୍ଷିତ ରଖିଥିଲେ । ଡିସେମ୍ବର ୨୦୧୮ର ରାୟକୁ ପୁନଃ ସମୀକ୍ଷା କରିବାକୁ ଏହି  ପିଟିସନ୍‌ଗୁଡ଼ିକରେ ଅନୁରୋଧ କରାଯାଇଥିଲା । ୩୬ଟି ରାଫେଲ୍‌ ଜେଟ୍‌ ଖରିଦ କରାଯିବାରେ ସଠିକ ପ୍ରକ୍ରିୟା ଅନୁରଣ କରାଯାଇଥିବା କଥା ଡିସେମ୍ବର ୨୦୧୮ ରାୟରେ କୁହାଯାଇଥିଲା । କିନ୍ତୁ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମ କୋର୍ଟରେ ରିଭ୍ୟୁ ପିଟିସନ କରିଥିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୋବନ୍ତ ସିହ୍ନା, ଅରୁଣ ସୌରୀ ଏବଂ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ।

Related Posts