ହାଇଦ୍ରାବାଦର ଓସମାନିଆ ବିଶ୍ୱବିଦ୍ୟାଳୟରେ ରାହୁଲ ଗାନ୍ଧୀଙ୍କ ପ୍ରବେଶ ମନା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତେଲେଙ୍ଗାନା ଗସ୍ତ ପୂର୍ବରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା । ତେବେ ଓସମାନିଆ ବିଶ୍ୱବିଦ୍ୟାଳୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରବେଶକୁ ମନା କରାଯାଇଛି । ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରାହୁଲଙ୍କ ଅଣ-ରାଜନୈତିକ ପରିଦର୍ଶନ ପାଇଁ ଅନୁମତି ଦିଆଯାଇ ନାହିଁ । ଯଦିଓ ଏହା ବିଷୟରେ ଆନୁଷ୍ଠାନିକ ଭାବେ କିଛି କରାଯାଇ ନାହିଁ କିନ୍ତୁ ବିଶ୍ୱ ବିଦ୍ୟାଳୟର ଏହିି ନିଷ୍ପତ୍ତି ସାମ୍ନାକୁ ଆସିବା ପରେ ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ସେପେଟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆସନ୍ତା ୬ ଓ ୭ ରେ ତେଲେଙ୍ଗାନା ଗସ୍ତ କରିବାକୁ ଯାଉଛନ୍ତି । ଏବଂ ରାଜ୍ୟ ୟୁନିଟ୍ ୱାରଙ୍ଗାଲରେ ପ୍ରାୟ ୫ ଲକ୍ଷ ସମର୍ଥକଙ୍କୁ ନେଇ ଏକ ବିଶାଳ ବୈଠକ କରିବେ ବୋଲି ସୂଚନା ମିଳିଛି । ଏହା ସହ ରାହୁଲ ଗାନ୍ଧୀ ହାଇଦ୍ରାବାଦର ଓସମାନିଆ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବାର କାର‌୍ୟ୍ୟକ୍ରମ ଥିଲା। ହେଲେ ରାହୁଲ ଗାନ୍ଧୀଙ୍କ ବିଶ୍ୱବିଦ୍ୟାଳୟ ଗସ୍ତକୁ ପ୍ରଶାସନ ମନା କରିଦେଇଥିଲେ । ତେବେ କ୍ୟାମ୍ପସରେ ରାଜନୈତିକ ବୈଠକ ଅନୁମତିପ୍ରାପ୍ତ ନୁହେଁ ବୋଲି ବିଶ୍ୱବିଦ୍ୟାଳୟର ଅଧିକାରୀମାନେ କହିଛନ୍ତି । କିନ୍ତୁ ତେବେ ତେଲେଙ୍ଗାନା କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ କ୍ୟାମ୍ପସ ଭିତରକୁ ନେବା ପାଇଁ ଜିଦ ଧରିଥିଲେ ।

ଏଥିପାଇଁ ବିଶ୍ୱବିଦ୍ୟାଳୟର କିଛି ଛାତ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କଂଗ୍ରେସ ନେତାମାନେ କହିଛନ୍ତି ଯେ ସେମାନେ ଏପ୍ରିଲ ୨୩ରେ ଏହି କାର୍ଯ୍ୟକ୍ରମ ପାଇଁ ଅନୁମତି ଲୋଡିଥିଲେ । ଏହି କାର୍ଯ୍ୟକ୍ରମଟି ଅଣ ରାଜନୈତିକ ହେବ ବୋଲି ଅନୁମତି ପତ୍ରରେ ଉଲ୍ଲେଖ କରାଯାଇଥିଲା ବୋଲି କହିଛନ୍ତି । ଅନ୍ୟପଟେ ଜଣେ ଅଧିକାରୀ କହିଛନ୍ତି ଯେ ୨୦୧୭ ମସିହାରୁ କାର୍ଯ୍ୟନିର୍ବାହୀ ପରିଷଦ ଏକ ସଙ୍କଳ୍ପ ଗ୍ରହଣ କରିଥିଲେ । ଯେଉଁଥିରେ କ୍ୟାମ୍ପସରେ ରାଜନୈତିକ ବୈଠକ ସମେତ ଅଣ ଏକାଡେମିକ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଅଧିକାରୀ କହିଛନ୍ତି ଯେ ଜୁନ ୨୦୧୭ରେ ଏଭଳି ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ସେ କହିଛନ୍ତି ଯେ ଏକ ବର୍ଷ ପୂର୍ବେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ବିଶ୍ୱବିଦ୍ୟାଳୟ ପରିସରରେ ରାଜନୈତିକ ଏବଂ ସାଧାରଣ ସଭାକୁ ଅନୁମତି ନଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହି ସମୟ ମଧ୍ୟରେ ରାଜନୈତିକ କାର୍ଯ୍ୟକଳାପ ଯୋଗୁଁ ଲଗାତାର ଅସୁବିଧା ହେତୁ ଏହି ପିଟିସନ ଦାଖଲ କରାଯାଇଥିଲା । ସେପଟେ ବିଶ୍ୱବିଦ୍ୟାଳୟ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତି ଯୋଗୁ କ୍ୟାମ୍ପସରେ ଉତ୍ତେଜନା ସୃଷ୍ଟି ହୋଇଛି । ଶନିବାର ଦିନ ୟୁୟୁ ଆର୍ଟ କଲେଜରେ ବହୁ ଯୁବ କଂଗ୍ରେସ ନେତା ଓ ସମର୍ଥକ ଏନେଇ ପ୍ରଦର୍ଶନ କରିଥିଲେ । ଏହାର ଜବାବରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସହ ଜଡ଼ିତ ଛାତ୍ର ସଙ୍ଗଠନ ଏବଂ ଟିଆରଏସ ପକ୍ଷରୁ ଏହାର ବିରୋଧୀ ପ୍ରଦର୍ଶନ କରାଯାଇଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts