କେବଳ ଫୋନ ଓ ଭିଡିଓ ବାର୍ତ୍ତାରେ କଥା ହେବା ଛାଡି ଖେଳାଳିଙ୍କ ପୁରସ୍କାର ରାଶି ମଧ୍ୟ ଦିଅନ୍ତୁ: ରାହୁଲ ଗାନ୍ଧି

rahul ll

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଭାରତକୁ ସ୍ୱର୍ଣ୍ଣ ପଦକ ଆଣିଥିବା ନୀରଜ ଚୋପ୍ରାଙ୍କ କିଛି ପୁରୁଣା ଟ୍ୱିଟକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ତେବେ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ପାଇଁ ଘୋଷଣା କରାଯାଇଥିବା ଅର୍ଥରାଶିକୁ ମଧ୍ୟ ଦେବା ପାଇଁ ରାହୁଲ ଗାନ୍ଧି କହିଛନ୍ତି । ଏହା ସହ ଖେଳାଳିଙ୍କୁ କେବଳ ଫୋନ କଲେ କିମ୍ବା ଭିଡିଓ କରିବା ଯଥେଷ୍ଟ ନୁହଁ । ବର୍ତ୍ତମାନ ପୁରସ୍କାର ରାଶି ମଧ୍ୟ ଦିଅ ବୋଲି ରାହୁଲ କେନ୍ଦ୍ର ସରକାରଙ୍କୁ କହିଛନ୍ତି । କେବଳ ଏତିକି ନୁହେଁ ବରଂ ରାହୁଲ ତାଙ୍କ ପୋଷ୍ଟ ସହ ନୀରଜ ଚୋପ୍ରାଙ୍କ ପୁରୁଣା ଟ୍ୱିଟର ଫଟୋ ସେୟାର କରିଛନ୍ତି। ଅପରିପକ୍ଷରେ ଖେଳାଳିମାନଙ୍କୁ ତାଙ୍କ ପୁରସ୍କାର ରାଶି ପ୍ରଦାନ କରିବାର ପ୍ରତିଶ୍ରୁତି ପୂରଣ କରନ୍ତୁ ଯାହା ଦ୍ୱାରା ଖେଳାଳିମାନେ କେବଳ ତାଙ୍କ ଖେଳକୁ ଧ୍ୟାନ ଦେଇ ଏହି ଜିନିଷରୁ ଦୂରେଇ ରହିବେ ।

ଏବଂ ଖେଳାଳିମାନେ ଆଗାମୀ ଅଲିମ୍ପିକ୍ ଗେମ୍ସ ପାଇଁ ସମ୍ପୂର୍ଣ୍ଣ ଧ୍ୟାନ ଦେଇପାରିବେ ବୋଲି ନୀରଜ ଚୋପ୍ରା କହିଛନ୍ତି । । କେବଳ ଏତିକି ନୁହେଁ ବରଂ ରାହୁଲ ଗାନ୍ଧି ନୀରଜଙ୍କ ଆଉ ଏକ ଟ୍ୱିଟକୁ ସେୟାର କରିଛନ୍ତି । ଯେଉଁଥିରେ ନୀରଜ ଲେଖିଛନ୍ତି ଯେତେବେଳେ ଆମେ ପଦକ ଜିତିବା ପରେ ଦେଶକୁ ଆସିଥାଉ ସେତେବେଳେ ସମଗ୍ର ଦେଶ ଖୁସି ଏବଂ ଆପଣ ମଧ୍ୟ ଗର୍ବର ସହିତ କୁହନ୍ତି ଯେ ଆମେ ହରିୟାଣାର ଖେଳାଳି। ହରିୟାଣାର ଖେଳାଳିମାନେ କ୍ରୀଡା ଜଗତରେ ନିଜର ଚିହ୍ନ ଛାଡିଛନ୍ତି, ଅନ୍ୟ ରାଜ୍ୟମାନେ ମଧ୍ୟ ହରିୟାଣାର ଉଦାହରଣ ମଧ୍ୟ ଦିଅନ୍ତି । ଦୟାକରି ଏହି ଉଦାହରଣକୁ ପ୍ରାଧାନ୍ୟ ଦିଅନ୍ତୁ ବୋଲି ନୀରଜ ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।

ତେବେ ନୀରଜଙ୍କ ଏହି ଦୁଇଟି ଟ୍ୱିଟ ପଢିବା ପରେ ଅନୁମାନ କରାଯାଉଛି ଯେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ନିଜେ ଏହି ସମସ୍ୟା ସହ ସଂଘର୍ଷ କରୁଥିଲେ । ରାହୁଲ ଗାନ୍ଧି ଏଥିପାଇଁ ସରକାରଙ୍କୁ ନିନ୍ଦା କରିବା ସହ କେବଳ ଫୋନ ଏବଂ ଭିଡିଓ ବର୍ତ୍ତା ଯଥେଷ୍ଟ ନୁହଁ ବର୍ତ୍ତମାନ ଖେଳାଳିଙ୍କୁ ତାଙ୍କର ପୁରସ୍କାର ରାଶି ଦିଅନ୍ତୁ ବୋଲି କହିଥିଲେ । ବାସ୍ତବରେ ପ୍ରଧାନମନ୍ତ୍ରୀ ମୋଦୀ ଫୋନରେ କଥା ହୋଇ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଅନେକ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭାରତୀୟ ପୁରୁଷ ଓ ମହିଳା ହକି ଦଳ ମଧ୍ୟ ସେମାନଙ୍କ ମଧ୍ୟରୁ ଅନ୍ୟତମ। ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ନୀରଜ ଚୋପ୍ରାଙ୍କୁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ତାଙ୍କ ସହ ଫୋନରେ କଥା ହୋଇଥିଲେ ।

Related Posts