ଏକ ବଡ ଲୁଟେରା ଗ୍ୟାଙ୍ଗକୁ କାବୁ କଲା କମିସନରେଟ ପୋଲିସ

ଭୁବନେଶ୍ବର: ଅସୁରକ୍ଷିତ ହୋଇପଡିଛି ରାଜଧାନୀ ଭୁବନେଶ୍ୱର | ଅନେକ ସମୟରେ ଲୁଟ , ଡକାୟତି ପରି ଘଟଣା ସାମ୍ନାକୁ ଆସୁଥିବା ବେଳେ, ଯାହା ପୋଲିସ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି | ଏହିଭଳି ଜଘନ୍ୟ ଅପରାଧକୁ ରୋକିବା ପାଇଁ ପୋଲିସ ଯେତେ ପ୍ରୟାସ କଲେ ମଧ୍ୟ ବିଫଳ ହୋଇଛି |

ତେବେ ଏବେ କିନ୍ତୁ କମିସନରେଟ ପୋଲିସ ଏକ ବଡ ସଫଳତା ମିଳିଛି | ରାଜଧାନୀରୁ କୁଖ୍ୟାତ ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି ପୋଲିସ | ପୁଲିସ ଏହି ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଗିରଫ କରିଛି। ଦୀର୍ଘଦିନ ଧରି ରାଜଧାନୀରେ ଚୋରି, ଲୁଟ ଓ ଛିନତାଇ କରୁଥିଲେ। ଏମାନେ ଚୋରି ଗାଡ଼ିରେ ଅପରାଧ ଭିଆଉଥିଲେ ବୋଲି ଜଣାଯାଇଛି।

ସେମାନଙ୍କ ପାଖରୁ ସୁନା ଚେନ, ମୋବାଇଲ ଓ ମାରଣାସ୍ତ୍ର ଜବତ କରାଯାଇଛି। ଲୁଟେରାମାନେ ମୋବାଇଲରେ ଗପିଯାଉଥିବା ବ୍ୟକ୍ତିଙ୍କଠାରୁ ମୋବାଇଲ ଛଡ଼ାଇନେଉଥିଲେ। ତା ସହିତ ପଥିକଙ୍କ ବେକାରୁ ସୁନା ଚେନ ଝାମ୍ପି ନେଉଥିଲେ।

ତେବେ ଏନେଇ ଅଧିକ ତଥ୍ୟ ଦେବେ ଡିସିପି | ଏହାପରେ ଏସଂପର୍କରେ ଅଧିକ ତଥ୍ୟ ଜଣାପଡ଼ିବ।

Related Posts