‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଆଇ ଦେବୁନି’

ଏବେ ଦେଶରେ ଚାଲିଛି କୃଷି ଋଣ ଛାଡ଼ ରାଜନୀତି । ହିନ୍ଦୀ ହାର୍ଟ ଲ୍ୟାଣ୍ଡର ଦୁଇଟି ରାଜ୍ୟରେ କଂଗ୍ରେସ ସରକାର କ୍ଷମତାକୁ ଆସୁ ଆସୁ କୃଷି ଋଣ ଛାଡ଼ କରିବା ପରେ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଛି କଂଗ୍ରେସ । ସାରା ଦେଶରେ କୃଷକଙ୍କ ଋଣ ଛାଡ଼ କରିବାକୁ କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।

ଦେଶରେ କୃଷକଙ୍କ ଋଣ ଛାଡ଼ ନ ହେବା ଯାଏଁ ପ୍ରଧାନମନ୍ତ୍ରୀଙ୍କୁ ଶୋଇବାକୁ ଦିଆଯିବ ନାହିଁ । ଏକଥା କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । କଂଗ୍ରେସ ସରକାରକୁ ଆସିବା ପରେ ପ୍ରତିଶ୍ରୁତି ମୁତାବକ ଦୁଇଟି ରାଜ୍ୟ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କୃଷି ଋଣ ଛାଡ଼ କରିସାରିଛି ଏବଂ ତୃତୀୟ ରାଜ୍ୟ ଛତିଶଗଡ଼ରେ ବି ଏନେଇ ଖୁବ୍‌ ଶୀଘ୍ର ଘୋଷଣା ହେବ ବୋଲି କହିଛନ୍ତି ରାହୁଲ ।

ମଧ୍ୟପ୍ରଦେଶର, ରାଜସ୍ଥାନ ଓ ଛତିଶଗଡରେ ସରକାର ଗଠନ ହେବାପରେ ଉତ୍ସାହିତ ହୋଇଉଠିଛି କଂଗ୍ରେସ । ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବା ଅବସରରେ କହିଛନ୍ତି, ପ୍ରତିଶ୍ରୁତି ଅନୁସାରେ ଦୁଇଟି ରାଜ୍ୟରେ ମାତ୍ର ୬ ଘଣ୍ଟା ଭିତରେ କୃଷକ ଋଣ ଛାଡ଼ କରାଯାଇଛି, ଆଉ ଛତିଶଗଡ଼ରେ ବି ଖୁବ୍‌ ଶୀଘ୍ର କୃଷି ଋଣ ଛାଡ଼ ହେବ । ରାହୁଲ କହିଛନ୍ତି ଦେଶର ସମସ୍ତ କୃଷକଙ୍କ ଋଣଛାଡ ନ ହେବା ପର୍ଯ୍ୟନ୍ତ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୋଇବାକୁ ଦେବୁ ନାହିଁ..

Related Posts