ସାବଧାନ ବଟର ଖାଉଛନ୍ତି କି ? ବଟର ନାଁରେ ଚାଲିଛି ବିଷ କାରବାର

ମହାରାଷ୍ଟ୍ର ଭୟନ୍ଦରରେ ନକଲି ଅମୁଲ ଫ୍ୟାକ୍ଟ୍ରିର ପର୍ଦ୍ଦାଫାସ୍‌ କରିଛି ପୋଲିସ୍‌ । ନକଲି ବଟରକୁ ପ୍ୟାକିଂ କରି ବିକ୍ରି କରାଯାଉଥିଲା । ଆଉ ବିଶ୍ବାସରେ ଅମୁଲ ବଟର କିଣି ନେଉଥିବା ଲୋକେ ବିଷ ଖାଉଥିଲେ ।

ଖାଦ୍ୟରେ ଅପମିଶ୍ରଣର ଖବର ବହୁ ସମୟରେ ସାମ୍ନାକୁ ଆସେ । କିଛି ଦିନ ପୂର୍ବରୁ ଭୁବନେଶ୍ବରରେ ଏକ ନକଲି ଘିଅ ଉତ୍ପାଦନ କରୁଥିବା କାରଖାନା ଉପରେ ଚଢ଼ାଉ କରାଯାଇଥିଲା । ଏବେ ସାମ୍ନାକୁ ଆସିଛି ନକଲି ବଟର ବା ମଖନ କାରଖାନା । ମହାରାଷ୍ଟ୍ରର ଭୟନ୍ଦର ପୋଲିସ୍‌ ନକଲି ମଖନ ତିଆରି କରୁଥିବା ଏକ ଫ୍ୟାକ୍ଟ୍ରିର ପର୍ଦ୍ଦାଫାସ୍‌ କରିଛି ।

ଅସଲି ନାମରେ ଚାଲିଛି ନକଲି ଧନ୍ଦା । ମଖନ ନାମରେ ଚାଲିଥିଲା ବିଷ କାରବାର । ମହାରାଷ୍ଟ୍ର ଭୟନ୍ଦରରେ ନକଲି ଅମୁଲ ଫ୍ୟାକ୍ଟ୍ରିର ପର୍ଦ୍ଦାଫାସ୍‌ କରିଛି ପୋଲିସ୍‌ । ନକଲି ବଟରକୁ ପ୍ୟାକିଂ କରି ବିକ୍ରି କରାଯାଉଥିଲା । ଆଉ ବିଶ୍ବାସରେ ଅମୁଲ ବଟର କିଣି ନେଉଥିବା ଲୋକେ ବିଷ ଖାଉଥିଲେ ।

ପ୍ୟାକେଟ୍‌ ଦେଖିଲେ ଏହା ପୁରା ଅସଲି ଭଳି ଲାଗିବ । ମହାରାଷ୍ଟ୍ର ଭୟନ୍ଦରର ଏହି କାରଖାନାକୁ ଦେଖିଲେ ମଧ୍ୟ ପୁରା ଅମୁଲ ଫ୍ୟାକ୍ଟ୍ରି ବୋଲି ଯେ କେହି ଜାଣିବ । ପୁଣି ବଟରର ରାପର, ପ୍ୟାକେଜିଂ, କ୍ଷୀର କ୍ୟାନ୍‌ ଓ ବଟର ଦେଖିଲେ ଏହା ନକଲି ବୋଲି ଆଦୌ ଜାଣି ହେବ ନାହିଁ । ସମସ୍ତେ ଏହାକୁ ଅସଲି ବୋଲି ଭାବି ଅମୁଲର ବଟର କିଣି ନେଉଥିଲେ । କିନ୍ତୁ ଲୋକଙ୍କ ଆଖିରେ ଧୂଳି ଦେଇ ବର୍ଷ ବର୍ଷ ଧରି କୋଟି କୋଟି ଟଙ୍କା ଆୟ କରୁଥିଲେ ଅସାଧୁ ବ୍ୟବସାୟୀ । ପୋଲିସ୍‌ ମୁମ୍ବାଇର ଭୟନ୍ଦର ଅଞ୍ଚଳର କାଶୀ ମୀରା କ୍ଷେତ୍ରରେ ନକଲି ବଟର କାରବାର କରୁଥିବା ଏକ ଏକ ବଡ଼ ଗ୍ୟାଙ୍ଗ ଧରାପଡ଼ିଛି ।

ଚଢ଼ାଉ ସମୟରେ ପୋଲିସ୍‌ 2000 କିଲୋ ନକଲି ବଟର ଓ 15 କିଲୋ ଘିଅ ଜବତ କରିଛି । ଏଠି ନକଲି ବଟରକୁ ଅମୁଲ ପ୍ୟାକେଟ୍‌ରେ ବିକ୍ରି କରାଯାଉଥିଲା । ବଟର ଅସଲି ନା ନକଲି ସାଧାରଣ ଲୋକଙ୍କ ପାଇଁ ଏକଥା ପତ୍ତା ଲଗାଇବା କଷ୍ଟକର ।
ପୋଲିସ୍‌ ଗ୍ୟାଙ୍ଗର 5 ଜଣ ସଦସ୍ୟଙ୍କୁ ଗିରଫ କଲା । ଅମୁଲର ପ୍ୟାକେଟ୍‌ ଓ ଖୋଳ ଏହି ଗ୍ୟାଙ୍ଗ କେଉଁଠାରୁ ଆଣିଲେ, ପୋଲିସ୍‌ ଏ ନେଇ ତଦନ୍ତ କରୁଛି ।

Related Posts