ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲା; ପୁଣି ପରିବାର ଅଦାଲତରେ ହଜାର ହେଲେ ଉଭୟ ପତି-ପତ୍ନୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବହୁଚର୍ଚ୍ଚିତ ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲା । ପରିବାର ଅଦାଲତରେ ହାଜର ହୋଇଛନ୍ତି ଅଭିନେତ୍ରୀ ବର୍ଷା ଏବଂ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ଗତ ୧୪ ତାରିଖରେ ଉଭୟ ପରିବାର ଅଦାଲତରେ ହାଜର ହୋଇଥିଲେ । ବିଚାରପତି ସେଦିନ କାଉନସେଲିଂ କରିଥିଲେ ମଧ୍ୟ ସଫଳତା ମିଳି ନଥିଲା । ଆଜି ପୁଣି ଉଭୟଙ୍କ ମଧ୍ୟରେ କାଉନସେଲିଂ ହୋଇପାରେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ଗତ ୧୪ ତାରିଖରେ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ ଉଭୟ ପତି-ପତ୍ନୀ । ଦୁହେଁ ପ୍ରାୟ ୨ ଘଣ୍ଟା ମଧ୍ୟସ୍ଥତା କେନ୍ଦ୍ରରେ ଉପସ୍ଥିତ ଥିବା ନଜର ଆସିଥିଲେ । ସେହିଦିନ ଫ୍ୟାମିଲି କୋର୍ଟରେ ବର୍ଷା ଜୋରିମାନା ସ୍ବରୂପ ୫୦୦୦ ଟଙ୍କା ଦାଖଲ କରିଥିଲେ । ଏହା ସହିତ କୋର୍ଟ କାର୍ଯ୍ୟରେ ସହଯୋଗ କରିବାକୁ ଏକ ସତ୍ୟପାଠ ଜରିଆରେ ବର୍ଷା ଜଣାଇଥିଲେ । ଏହାପରେ ବର୍ଷାଙ୍କୁ ଜେରା କରିବା ନେଇ ହୋଇଥିବା ଆବେଦନ ଉପରେ ଶୁଣାଣି କରିଥିଲେ କୋର୍ଟ ।

Related Posts