ଜାନୁଆରୀ ୬ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ: ଜାଣନ୍ତୁ, କିପରି କରିବେ ପଞ୍ଜିକରଣ

ଭୁବନେଶ୍ଵର,୨୯/୧୨(ସତ୍ୟପାଠ ବ୍ୟୁରୋ): ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲିବ ଓଡ଼ିଶା ରାଜଭବନ ଉଦ୍ୟାନ । ଆସନ୍ତା ୬ ଜାନୁଆରୀରୁ ମିଳିବ ରାଜଭବନ ଉଦ୍ୟାନ ବୁଲିବାର ସୁଯୋଗ । ୬ ଜାନୁଆରୀ ୨୦୨୩ ଠାରୁ ୨୦ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ସାଧାରଣ ଲୋକମାନେ ରାଜଭବନରେ ବୁଲିପାରିବେ । ତେବେ ଅପରାହ୍ନ ୨.୩୦ – ୫.୦୦ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ତେବେ ଏଥିପାଇଁ ପୂର୍ବରୁ ପଞ୍ଜିକରଣ କରିବା ଜରୁରୀ।

କିପରି କରିବେ ପଞ୍ଜିକରଣ ?

•ଗୁଗଲ ପ୍ଲେ ଷ୍ଟୋରରୁ ଉଦ୍ୟାନ ପରିଦର୍ଶନ, ରାଜ ଭବନ, ଓଡ଼ିଶାର ମୋବାଇଲ୍ ଆପ୍ ଡାଉନଲୋଡ୍ କରନ୍ତୁ ।

•ଓଡ଼ିଶାର ରାଜ ଭବନ ୱେବସାଇଟରେ ଉପଲବ୍ଧ ଥ‌ିବା QR କୋଡ୍ ମାଧ୍ୟମରେ ମୋବାଇଲ୍ ଆପ୍ ମଧ୍ୟ ଡାଉନଲୋଡ଼ କରିପାରିବେ ।

ତେବେ ସ୍କୁଲ ଛାତ୍ରଛାତ୍ରୀଙ୍କ ଉଦ୍ୟାନ ପରିଦର୍ଶନ ପାଇଁ ସକାଳ ସମୟ ସ୍ଥିର ହୋଇଛି । ଏନେଇ ଅଧିକ ବିବରଣୀ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ www.rajbhavanodisha.gov.in ୱେବସାଇଟ୍ ପରିଦର୍ଶନ କରି ସବିଶେଷ ତଥ୍ୟ ଜାଣି ପାରିବେ ।

କେବଳ ମୋବାଇଲ୍ ଆପ୍ ପଞ୍ଜିକରଣ ମାଧ୍ୟମରେ ପ୍ରବେଶ ଅନୁମତି ଦିଆଯିବ ବୋଲି ସୂଚନା ମିଳିଛି। ରାଜ ଭବନ ଉଦ୍ୟାନ ପରିଦର୍ଶନ ପାଇଁ କୌଣସି ପ୍ରବେଶ ଶୁଳ୍କ ଦେବାକୁ ପଡିବ ନାହିଁ ବୋଲି ପ୍ରକାଶ ପାଇଥିବା ବିଜ୍ଞପ୍ତିରୁ ଜଣା ପଡ଼ିଛି।

Related Posts