ରାଜସ୍ଥାନର ଦୌଷା ଜିଲ୍ଲାରେ ମହିଳାଙ୍କୁ ଗଣବଳତ୍କାର ପରେ କରାଗଲା ହତ୍ୟା; କୂଅରୁ ଉଦ୍ଧାର ହେଲା ମୃତଦେହ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜସ୍ଥାନର ଦୌଷା ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ତେବେ ଦୌଷା ଜିଲ୍ଲାର ଏକ ଗାଁରେ ଜଣେ ୩୫ ବର୍ଷ ବୟସ୍କା ମହିଳାଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ତେବେ ଗତକାଲି ପୋଲିସ ଏହି ମାମଲାରେ ଜଣଙ୍କୁ ଗିରଫ କରିଛି। ଏଥିସହ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି। ସେପଟେ ଦୌଷା ପୋଲିସ୍ ଅଧୀକ୍ଷକ ରାଜକୁମାର ଗୁପ୍ତା କହିଛନ୍ତି ଯେ ରବିବାର ସକାଳେ ମହିଳା ଜଣକ ଜୟପୁରରୁ ଦୌଷା ଅଭିମୁଖେ ଏକ ବସ୍ରେ ଯାଇଥିଲେ । ସେ ବସ୍ରୁ ଓହ୍ଲାଇବା ପରେ ତାଙ୍କ ପିତାମାତାଙ୍କ ଘରକୁ ଯାଉଥିବାବେଳେ ଅଭିଯୁକ୍ତମାନେ ତାଙ୍କୁ କାରରେ ଲିଫ୍ଟ ପ୍ରଦାନ କରିଥିଲେ।

ଏହା ପରେ ସେମାନେ ତାଙ୍କୁ ଏକ ଦୁର୍ଗମ ଅଞ୍ଚଳକୁ ନେଇ ଯାଇଥିଲେ ଯେଉଁଠାରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହା ପରେ ମହିଳାଙ୍କୁ ହତ୍ୟା କରାଯାଇ ଶବକୁ କୂଅରେ ଫିଙ୍ଗି ଦିଆଯାଇଥିଲା। ସୋମବାର ସକାଳେ ତାଙ୍କ ମୃତଦେହ କୂଅରୁ ଉଦ୍ଧାର କରାଯାଇଥିଲା। ପୋଲିସ କହିଛି ଯେ ସିସିଟିଭି ଫୁଟେଜ ଆଧାରରେ ଏହି ଅପରାଧରେ ବ୍ୟବହୃତ କାରକୁ ଚିହ୍ନଟ କରାଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts