ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହେଲେ ରାଜୀବ କୁମାର; ମେ’ ୧୫ରେ ଗ୍ରହଣ କରିବେ ଦାୟିତ୍ୱ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହେଲେ ରାଜୀବ କୁମାର । ସେପଟେ ମୁଖ୍ୟ ନିର୍ବାଚନ କମିସନର୍ ଥିବା ସୁଶୀଲ୍ କୁମାର ମେ ୧୪ରେ ଅବସର ଗ୍ରହଣ କରିବା ପରେ ମେ ୧୫ରେ ରାଜୀବ କୁମାର ଦାୟିତ୍ବ ଗ୍ରହଣ କରିବେ ବୋଲି ଆଇନ ମନ୍ତ୍ରାଳୟ ଜାରି କରିଥିବା ବିଜ୍ଞପ୍ତିରେ ଉଲ୍ଲେଖ ଅଛି। ଅନ୍ୟପଟେ ନିଜର ୩୦ ବର୍ଷରୁ ଊର୍ଦ୍ଧ୍ବ କାଳ ଚାକିରି ଜୀବନରେ କୁମାରଙ୍କର ବ୍ୟାପକ ପ୍ରଶାସନିକ ଅଭିଜ୍ଞତା ରହିଛି। ଚାକିରିକାଳରେ ସେ ନିଜ ରାଜ୍ୟ ଝାଡ଼ଖଣ୍ଡରେ ବିଭିନ୍ନ ପ୍ରଶାସନିକ ପଦବୀରେ ରହିବା ସମେତ ଅନେକ ଗୁରୁତ୍ବପୂର୍ଣ୍ଣ କାର‌୍ୟ୍ୟ ସମ୍ପାଦନ କରିଛନ୍ତି।

କେନ୍ଦ୍ର ସରକାରରେ ମଧ୍ୟ ସେ ବିଭିନ୍ନ ପଦବୀରେ ରହି କାର‌୍ୟ୍ୟ ସମ୍ପାଦନ କରିଛନ୍ତି।୨୦୧୨ ମାର୍ଚ ୧୯ରୁ ୨୦୧୫ ମାର୍ଚ ୧୨ ପର‌୍ୟ୍ୟନ୍ତ ଅର୍ଥ ମନ୍ତ୍ରାଳୟର ବ୍ୟୟ ବଭାଗରେ କୁମାର ଯୁଗ୍ନ ସଚିବ ଏବଂ ପରେ ଅତିରିକ୍ତ ସଚିବ ପଦବୀରେ ରହିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts