କଳାହାଣ୍ଡିରେ ଲାଲ ବାହିନୀର ଲଙ୍କାକାଣ୍ଡ: ନିଜ ଉପସ୍ଥିତି ଜାହିର କରି ଜାଳି ଦେଲେ 6ଟି ଗାଡି

ଭବାନୀପାଟଣା: ପୁଣି ଥରେ ସକ୍ରିୟ ହୋଇଉଠିଲେ ମାଓବାଦୀ | କଳାହାଣ୍ଡିରେ ଲାଲ ବାହିନୀ ପକ୍ଷରୁ ଲଙ୍କାକାଣ୍ଡ । ନିଆଁ ଲଗାଇ ଜାଳିଦେଲେ ୬ଟି ଗାଡି । ନିଜ ଉପସ୍ଥିତି ଜାହିର କରିବାକୁ ଯାଇ ରାସ୍ତା କାମକୁ ବିରୋଧ କରି ଗାଡି ଜାଳି ଦେଇଛନ୍ତି | ଏଥିସହ ପୋଷ୍ଟର ଲଗାଇ ଚେତାବନୀ ଦେଇଛି ଲାଲ ସଂଗଠନ |

କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ପୋଖରୀଘାଟ ମନସ୍କା ରାସ୍ତା କାମକୁ ବିରୋଧ କରି ପୋଷ୍ଟର ଲଗାଇବା ସହ ୩ଟି ଟ୍ରାକ୍ଟର ୨ଟି ଟିପର ଓ ଗୋଟିଏ ଜେସିବି ଗାଡିକୁ ଜାଳି ଦେଇଛନ୍ତି ।

ଲାଲ ବାହିନୀର ଲଙ୍କାକାଣ୍ଡ, ରାସ୍ତାକାମକୁ ବିରୋଧ କରି ଜାଳିଦେଲେ ୬ ଗାଡିକିଛି ଦିନ ତଳେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀ ଏରିଆ କମାଣ୍ଡର ଲାଲସୁକୁ ପୋଲିସ ଗିରଫ କରି ଆତ୍ମସମର୍ପଣର ନାଁ ଦେଉଛି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Related Posts