
ସତ୍ୟପାଠ ବ୍ୟୁରୋ : ଅନୁଗୁଳଜିଲ୍ଲା ତାଳଚେରସ୍ଥିତ ଭରତପୁରରେ କୋଇଲା ଖଣି ଦୁର୍ଘଟଣା ଚତୁର୍ଥ ନିଖୋଜ ଶ୍ରମିକଙ୍କୁ ଗୋଡ଼ ମିଳିଥିବା ଜଣାପଡ଼ିଛି । ଉକ୍ତ ଶ୍ରମିକଙ୍କ ମିଳିଥିବା ଦେହାବଶେଷକୁ ପୋଷ୍ଟମର୍ଟମ ପରେ ପରିବାରକୁ ହସ୍ତାନ୍ତର କରାଯିବ ।
ତାଳଚେର ଭରତପୁର ଏମସିଏଲ କୋଇଲା ଖଣିରେ କୃତ୍ରିମ ପାହାଡ଼ର ମାଟି ଅତଡ଼ା ଖସି ଦୁର୍ଘଟଣା ଘଟିଥିଲା । ୩୦ଜଣିଆ ଏକ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଆଜି ଚତୁର୍ଥ ନିଖୋଜ ଶ୍ରମିକଙ୍କ ଗୋଡ଼ିଏ ଗୋଡ଼ ଓ ତାଙ୍କ ଅନ୍ତବୁଜୁଳା ମିଳିଛି । ନିଖୋଜ ବ୍ୟକ୍ତିଙ୍କ ନାମ ରମେଶ ଦାଶ ଏବଂ ତାଙ୍କ ଘର ଅନୁଗୁଳ ଜିଲ୍ଲା ନକେଇପଶି ଗାଁରେ ଏବଂ ସେ ସିକ୍ୟୁରିଟି ଗାର୍ଡ଼ ଭାବେ କାର୍ଯ୍ୟ କରୁଥିଲେ । କୋଇଲା ଖଣି ଦୁର୍ଘଟଣାରେ ମାଟି ତଳେ ଚାପି ହୋଇଥିବା ୩ଜଣ ଶ୍ରମିକଙ୍କ ମୃତଦେହ ମିଳସାରିଛିି । ଚତୁର୍ଥ ବ୍ୟକ୍ତିଙ୍କ ମିଳିଥିବା ଦେହାବଶେଷକୁ ପୋଷ୍ଟମର୍ଟମ ପରେ ପରିବାରକୁ ହସ୍ତାନ୍ତର କରାଯିବ ।