ଆଗାମୀ ଚଳଚ୍ଚିତ୍ର ‘ଡେଞ୍ଜରସ’ର ପ୍ରମୋସନ ପାଇଁ ଅଭିନେତ୍ରୀଙ୍କ ପାଦକୁ ଚୁମ୍ବନ କଲେ ରାମ ଗୋପାଳ ବର୍ମା

ନୂଆଦିଲ୍ଲୀ: ଚର୍ଚ୍ଚାରେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା । ଦିନେ ବଲିଉଡର ଆଗ ଧାଡ଼ିର କଳାକାରଙ୍କ ସହ ଫିଲ୍ମ୍ ପ୍ରସ୍ତୁତ କରୁଥିବା ବେଳେ, ବର୍ତ୍ତମାନ ତେଲୁଗୁ ସିନେମାରେ ସୀମିତ ରହିଯାଇଛନ୍ତି। କିନ୍ତୁ ଏବେ ତାଙ୍କର ଏକ ଭିଡ଼ିଓ ବେଶ୍ ଚର୍ଚ୍ଚାରେ ରହିଛି ।

ରାମ ଗୋପାଳ ବର୍ମାଙ୍କ ନିଜ ଚଳଚ୍ଚିତ୍ରକୁ ହିଟ୍ କରିବା ପାଇଁ କୌଣସି ସ୍ତରରେ ପ୍ରଚାର କରିବାକୁ ପଛାନ୍ତି ନାହିଁ। ଯେଉଁ କାରଣରୁ ସେ ଅନେକ ଥର ବିବାଦର ଶିକାର ମଧ୍ୟ ହୋଇଛନ୍ତି। ଏବେ ପୁଣି ଥରେ ସେ ଟ୍ୱିଟରରେ ତାଙ୍କର ଏକ ଫଟୋ ଓ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଜଣେ ମହିଳାଙ୍କ ପାଦକୁ ଚୁମ୍ବନ ଦେଉଥିବା ଦେଖାଯାଇଛି।

ରାମ ଗୋପାଳ ବର୍ମା ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଡେଞ୍ଜରସ’ର ପ୍ରମୋସନ ପାଇଁ ଏଭଳି ଫଟୋ ଟ୍ବିଟ କରିଥିବା କୁହାଯାଉଛି। ଫଟୋରେ ଯେଉଁ ମହିଳାଙ୍କ ପାଦ ଦେଖିବାକୁ ମିଳିଛି, ସେ ଫିଲ୍ମର ଅଭିନେତ୍ରୀ। ରାମ ଗୋପାଳ ବର୍ମାଙ୍କ ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଫଟୋ ସେୟାର କରିବା ପରେ ସେ ଏକ ଭିଡିଓ ମଧ୍ୟ ଟ୍ବିଟ କରିଛନ୍ତି। ଭିଡିଓରେ ଫିଲ୍ମ ‘ଡେଞ୍ଜରସ’ର ଅଭିନେତ୍ରୀ ଆଶୁ ରେଡ୍ଡୀଙ୍କ ପାଦ ତଳେ ବସି ତାଙ୍କ ସହ କଥା ହେଉଛନ୍ତି।

ତେବେ ଫିଲ୍ମର ପ୍ରଚାର କରିବା ପାଇଁ ରାମ ଗୋପାଳ ବର୍ମାଙ୍କ ଏଭଳି ଶୈଳୀକୁ ଲୋକେ ପସନ୍ଦ କରୁନଥିବା ଦେଖାଯାଇଛି। ଏଥିପାଇଁ ତାଙ୍କୁ ଟ୍ରୋଲିଂର ଶିକାର ମଧ୍ୟ ହେବାକୁ ପଡ଼ିଛି ।

Related Posts