ଗୁରୁବାର ରାମ ମନ୍ଦିର ମାମଲାର ଶୁଣାଣି

ଅଯୋଧ୍ୟାରେ ରାମ ମନ୍ଦିର – ବାବ୍ରି ମସଜିଦ୍‌ ଜମି ବିବାଦ ମାମଲାର ଶୁଣାଣି ଆସନ୍ତା ୧୦ ତାରିଖରେ ସୁପ୍ରିମକୋର୍ଟରେ ହେବ । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ
ଏହି ମାମଲାର ଶୁଣାଣି କରିବେ । ଏମାନଙ୍କ ମଧ୍ୟରେ ଅଛନ୍ତି ଜଷ୍ଟିସ୍‌ ଏସ୍‌.ଏ.ବବଦେ, ଜଷ୍ଟିସ୍‌ ଏନ.ଭି ରମଣା, ଜଷ୍ଟିସ୍‌ ୟୁ.ୟୁ.ଲଲିତ ଓ ଜଷ୍ଟିସ୍‌ ଡି.ଓ୍ଵାଇ.ଚନ୍ଦ୍ରଚୂଡ଼ ।

ପ୍ରଥମେ ଅଯୋଧ୍ୟା ମାମଲାର ଶୁଣାଣି ତତ୍କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ତତ୍ତ୍ବାବଧାନରେ ଗଠିତ ଖଣ୍ଡପୀଠରେ ହେଉଥିଲା । ଜଷ୍ଟିସ୍‌ ମିଶ୍ର ଅବସର ନେବା ପୂର୍ବରୁ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଥିଲେ ଅଯୋଧ୍ୟା ମାମଲାକୁ ଏକ ଜମି ବିବାଦ ଭାବେ ଗ୍ରହଣ କରାଯିବ ଏବଂ ସେହି ଆଧାରରେ ଶୁଣାଣି ହେବ । ଗତ 4 ତାରିଖରେ ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିବାବେଳେ ସେଦିନ ଏହାକୁ 10 ତାରିଖକୁ ଘୁଞ୍ଚାଇ ଦେଇଥିଲେ ଅଦାଲତ ।

Related Posts