ଶୀର୍ଷରେ କୋହଲି, ଭାରତ 1 ନଂ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଇସିସି ଟେଷ୍ଟ ମ୍ୟାନ୍ୟତାରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଭାରତର ନିର୍ଭରଯୋଗ୍ୟ ଟେଷ୍ଟ ବ୍ୟାଟସମ୍ୟାନ୍‌ ଚେତେଶ୍ବର ପୂଜାରା ଏବଂ ୱିକେଟ୍‌ କିପର ଋଷଭ ପନ୍ଥଙ୍କୁ ମିଳିଛି କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ରନ୍‌ ମେସିନ୍‌ ପାଲଟିଥିବା ପୂଜାରା ବିଶ୍ବର ଶ୍ରେଷ୍ଠ ତିନି ଜଣ ବ୍ୟାଟ୍‌ସମ୍ୟାନ୍‌ଙ୍କ ଭିତରେ ସ୍ଥାନ ହାସଲ କରିଛନ୍ତି ।

ସେହିପରି ସିଡ୍‌ନୀ ଟେଷ୍ଟରେ ଶତକ ହାସଲ କରିଥିବା ପନ୍ଥ ୨୧ଟି ସ୍ଥାନ ଉପରକୁ ଉଠିଛନ୍ତି । ବିରାଟ କୋହଲି ୯୨୨ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିବା ବେଳେ ପୂଜାରା ୮୮୧ ପଏଣ୍ଟ ସହ ତୃତୀୟ ସ୍ଥାନ ରହିଛନ୍ତି । ଦ୍ବିତୀୟ ସ୍ଥାନରେ ଅଛନ୍ତି ନ୍ୟୁଜିଲାଣ୍ଡର କେନ୍‌ ୱିଲିଅମସନ୍‌ । ଋଷଭ ପନ୍ଥଙ୍କୁ ମିଳିଛି ୧୭ ତମ ମାନ୍ୟତା । ଖରାପ ଫର୍ମରେ ଥିବା ଆଜିଙ୍କ୍ୟ ରାହାଣେ ଟେଷ୍ଟ ମାନ୍ୟତାରେ ତିନି ସ୍ଥାନ ତଳକୁ ଖସି ୨୨ ତମ ସ୍ଥାନରେ ରହିଛନ୍ତି । ବୋଲିଂରେ ବୁମ୍‌ରା ୧୬ ଓ ମହମ୍ମଦ ସାମୀ ୨୨ତମ ସ୍ଥାନରେ ରହିଛନ୍ତି । ଦଳ ଗତ ମାନ୍ୟତାରେ ଭାରତ ପୂର୍ବପରି ଏକ ନମ୍ବର ସ୍ଥାନରେ ଥିବା ବେଳେ ଅଷ୍ଟ୍ରେଲିଆ ଗୋଟିଏ ସ୍ଥାନ ତଳକୁ ଖସି ପଞ୍ଚମରେ ପହଞ୍ଚିଛି ।

Related Posts