ନୂଆଖାଇ ପାଇଁ ସଟ୍‌ଡ଼ାଉନ୍ ହଟାଅ : ଜୟ ନାରାୟଣ ମିଶ୍ର 

ପଶ୍ଚିମ ଓଡ଼ିଶାର ମୁଖ୍ୟପର୍ବ ନୂଆଖାଇକୁ ଦୃଷ୍ଟିରେ ରଖି ସଟ୍ଡ଼ାଉନ୍ ତାରିଖରେ ପରିବର୍ତ୍ତନ କରିବାକୁ ସମ୍ବଲପୁର ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

ରେଙ୍ଗାଲୀ ବିଧାୟକ ନାଉରୀ ନାୟକ ଏବଂ ଶ୍ରୀ ମିଶ୍ର ମିଳିତ ଭାବରେ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସମ୍ବଲପୁର ଓ ରେଙ୍ଗାଲୀ ସହ ପଶ୍ଚିମ ଓଡ଼ିଶାରେ ନୂଆଖାଇ ଖୁବ୍ ଧୁମ୍ ଧାମ୍‌ରେ ପାଳନ କରାଯାଏ । ମାତ୍ର ଆସନ୍ତା ୨୩ ତାରିଖରେ ନୂଆଖାଇ ପର୍ବ ଅନୁଷ୍ଠିତ ହେବାକୁ ଥିବା ବେଳେ ଜିଲ୍ଲା ପ୍ରଶାସନ ୨୨ ଓ ୨୩ ତାରିଖକୁ ସଟ୍ ଡ଼ାଉନ ଘୋଷଣା କରୁଛନ୍ତି । ସମସ୍ତେ ଜାଣିଛନ୍ତି ଯେ ଏହା କୃଷିଭିତ୍ତିକ ପର୍ବ ସହ ପଶ୍ଚିମ ଓଡ଼ିଶାବାସୀଙ୍କ ଏକ ଭାଗବତ ଓ ସଂସ୍କୃତିକ ସମ୍ପର୍କ ରହିଛି । ଏହି ପର୍ବ ଅବସରରେ ଏଥିରେ ଯୋଗଦେବା ପାଇଁ ରାଜ୍ୟ ତଥା ରାଜ୍ୟ ବ।ହାରୁ ଲୋକମାନେ ଗାଁକୁ ଫେରିଥାନ୍ତି । ତେଣୁ ଜିଲ୍ଲା ପ୍ରଶାସନର ସଟ୍‌ଡ଼ାଉନ୍ ଘୋଷଣା ଏହି ଗଣପର୍ବର ଉପରେ ପ୍ରଭାବ ପକାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ପଶ୍ଚିମ ଓଡ଼ିଶାବାସୀଙ୍କ ଭାବବେଗକୁ ଦୃଷ୍ଟିରେ ରଖି ଏହି ସଟ୍ ଡ଼ାଉନ୍ ସମୟ ଅବଧିରେ ପରିବର୍ତ୍ତନ କରାଯାଉ । ସଟ୍‌ଡ଼ାଉନ୍ କୁ ଦୁଇଦିନ ପୂର୍ବରୁ ନହେଲେ ଆବଶ୍ୟକସ୍ଥଳେ ସ୍ଥଗିତ କରିବାକୁ ବିଧାୟକ ଦ୍ୱୟ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ।

Related Posts