ରନିଲ ଓ୍ଵିକ୍ରେମେସିଙ୍ଘେ ହେଲେ ଶ୍ରୀଲଙ୍କାର ନୂଆ କାର୍ଯ୍ୟକାରୀ ରାଷ୍ଟ୍ରପତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ରନିଲ ଓ୍ଵିକ୍ରେମେସିଙ୍ଘେ ଦେଶର ନୂଆ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ନିଯୁକ୍ତ ହୋଇଛନ୍ତି।ଇତି ମଧ୍ୟରେ ଦେଶରେ ଜରୁରୀକାଳୀନ ସ୍ଥିତି ଜାରି ହୋଇଛି।ସୂଚନା ଅନୁସାରେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶ ଛାଡ଼ି ମାଲଦ୍ୱୀପ ପଳାୟନ କରିଛନ୍ତି। ଏହାପରେ ଦେଶରେ ସ୍ଥିତି ଅଧିକ ବିଗିଡ଼ିବାରେ ଲାଗିଛି। ସେଠାରେ ଲୋକମାନେ ଉଗ୍ର ହେବାରେ ଲାଗିଛନ୍ତି।କଲମ୍ବୋରେ ହଜାର ହଜାର ସଂଖ୍ୟକ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ଲକ୍ଷ ଲକ୍ଷ ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀଙ୍କ ବାସଗୃହରେ ପ୍ରବେଶ କରିଛନ୍ତି। ଅନ୍ୟପଟେ ପ୍ରଦର୍ଶନକାରୀ ଦାବି କରୁଛନ୍ତି ଯେ ସେମାନଙ୍କୁ ରାଷ୍ଟ୍ରପତି ଭାବେ ରାଜପକ୍ଷେ ଓ ଓ୍ଵିକ୍ରେମେସିଙ୍ଘେଙ୍କ ମଧ୍ୟରୁ କେହି ବି ଦରକାର ନାହିଁ।

ସୂଚନା ଅନୁସାରେ ବିରୋଧ ପ୍ରଦର୍ଶନ ପରେ ଓ୍ଵିକ୍ରେମେସିଙ୍ଘେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏବେ ଗୋଟାବାୟା ଙ୍କ ପଳାୟନ ପରେ ତାଙ୍କୁ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଭାବେ ନିଯୁକ୍ତ କରାଯାଇଛି।

Related Posts