ବହୁଚର୍ଚ୍ଚିତ ଓଲିଉଡ କାଷ୍ଟିଂ କାଉଚ୍‌ ମାମଲା; ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ଅଭିନେତା ପପୁ ପମ୍‌ପମ୍‌

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବହୁଚର୍ଚ୍ଚିତ ଓଲିଉଡ କାଷ୍ଟିଂ କାଉଚ୍‌ ମାମଲାରେ ଅଭିନେତା ପପୁ ପମ୍‌ପମ୍‌ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି । ପପୁ ନିର୍ଦ୍ଦେଶ ନେଇ ରାୟ ଶୁଣାଇଛନ୍ତି ସ୍ୱତନ୍ତ୍ର ପକ୍ସୋ କୋର୍ଟ । ୨୦୧୬ ମସିହାରେ ଏନେଇ ପାପୁଙ୍କ ବିରୋଧରେ ଜଣେ ନାବାଳିକା ଅଭିଯୋଗ ଆଣିଥିଲେ ।

ଖବର ଅନୁଯାୟୀ, ୨୦୧୬ରେ ଜଣେ ନାବାଳିକାଙ୍କୁ ଫିଲ୍ମରେ ରୋଲ୍‌ ଦେବାକୁ ଅସଦାଚରଣ କରିଥିବା ଅଭିଯୋଗ ଆସିଥିଲା ।ଯାହାକୁ ଆଧାର କରି ପପୁଙ୍କୁ ସେତେବେଳେ ଗିରଫ କରିଥିଲା ପୋଲିସ । ପରେ ମାମଲାର ତ୍ୱରିତ ଶୁଣାଣି ପାଇଁ ସ୍ୱତନ୍ତ୍ର ପକ୍ସୋ କୋର୍ଟରେ ହୋଇଥିଲା । ଆଉ ଏବେ ଏହି ମାମଲାରୁ ଶୁଣାଣି କରି ରାୟ ଶୁଣାଇଛନ୍ତି ମାନ୍ୟବର କୋର୍ଟ।ତେବେ ୨୦୧୬ରେ ଏହି ଚର୍ଚ୍ଚିତ କାଷ୍ଟିଂ କାଉଚ୍‌ ମାମଲାରେ ଅଭିନେତା ପପୁ ପମ୍‌ପମ୍‌ଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି । ଏହାସହିତ ତାଙ୍କ ସହଯୋଗୀ ଗିଟୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।

Related Posts