୮୩ର ପ୍ରଥମ ଲୁକ ରିଲିଜ୍

ବଲିଉଡରେ ଚର୍ଚ୍ଚିତ କଳାକାର ରଣବୀର ସିଂହ ଆଜି ନିଜର ୩୪ତମ ଜନ୍ମଦିନ ଅବସରରେ ଫ୍ୟାନ୍ସଙ୍କ ପାଇଁ ଏକ ସରପ୍ରାଇଜ ଗିପ୍ଟ ଆଣି ଆସିଛନ୍ତି । ସେ ଅପେକ୍ଷାରତ ଫିଲ୍ମ ୮୩ର ଫାଷ୍ଟ ଲୁକ୍ ରିଲିଜ କରିଛନ୍ତି । ଏଥିରେ ସେ ପୂର୍ବତନ କ୍ରିକେଟର କପିଲ ଦେବଙ୍କ ଭୂମିକାରେ ଅଛନ୍ତି । ରଣବୀରଙ୍କ ଦ୍ୱାରା ଇନଷ୍ଟାଗ୍ରାମରେ ରିଲିଜ ହୋଇଥିବା ଫାଷ୍ଟ ଲୁକ୍ ଏବେ ସୋସିଆଲ ମିଡିଆରେ ଫ୍ୟାନ୍ସମାନଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଛି । ଏବେ ଫିଲ୍ମର ସୁଟିଙ୍ଗ୍ ଚାଲିଛି ।

ଫିଲ୍ମରେ ରଣବୀର ଗୋଟିଏ ପଟେ ପୂର୍ବତନ କ୍ରିକେଟର କପିଲ ଦେବଙ୍କ ଭୂମିକାରେ ଥିବା ବେଳେ ତାଙ୍କ ପତ୍ନୀ ଦୀପିକା ପାଦୁକୋନ ରିଲରେ ମଧ୍ୟ ତାଙ୍କ ପତ୍ନୀ ଭୂମିକାରେ ଅଛନ୍ତି । ତେବେ ୮୩କୁ ନେଇ ରଣବୀର ପ୍ରଥମରୁ ଉତ୍ସାହିତ ଅଛନ୍ତି । ରଣବୀର ସର୍ବଦା ନିଜର କାମକୁ ନେଇ ତତ୍ପର ଥାନ୍ତି । ତେଣୁ ଏଥିରେ ମଧ୍ୟ ସେ ନିଜର ବେଷ୍ଟ ଦେବେ ବୋଲି ଆଶା ରଖାଯାଇଛି ।

Related Posts