ପୁଣି ଖାକିରେ କଳଙ୍କ: ପୋଲିସ ନାଁରେ ଆସିଲା ଦୁଷ୍କର୍ମ ଅଭିଯୋଗ

ପିପିଲି: ପୁଣି ଖାକିରେ କଳଙ୍କ । ପୋଲିସ ନାଁରେ ଆସିଲା ସାଂଘାତିକ ଅଭିଯୋଗ, ମାମଲାକୁ ରଫା ଦଫା କରିଦେବାର ବାହାନା ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପିଡିତା । ପୁରୀ ଜିଲ୍ଲା ପିପିଲି ବଳଙ୍ଗା ଥାନା ଏଏସଆଇ ଚିତ୍ତରଞ୍ଜନ ଦାସ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ମହିଳା ।

ସୂଚନାଯୋଗ୍ୟ ଯେ, ପାରିବାରିକ ବିବାଦ ସମାଧାନ ଆଶା ଦେଖାଇ ନିଜ କ୍ଵାର୍ଟରକୁ ଡାକି ମହିଳାଙ୍କୁ ବଳଙ୍ଗା ଥାନା ଏଏସଆଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ଜଣେ ମହିଳା । କିଛି ଦିନ ହେବ ପୀଡିତା ମହିଳାଙ୍କର ପାରିବାରିକ ବିବାଦ ଲାଗି ରହିଥିଲା । ଯାହାକୁ ନେଇ ବଳଙ୍ଗା ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା ।

ତେବେ ମାମଲାର ସମାଧାନ କରିଦେବା ପାଇଁ ନିଜ କ୍ବାର୍ଟରକୁ ପୀଡିତା ମହିଳାଙ୍କୁ ଡାକିଥିଲେ ଥାନା ଏଏସଆଇ । ତେବେ ସେଠାରେ ସେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ପୀଡିତା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ପିପିଲି ଏସଡିପିଓଙ୍କ ନିକଟରେ ମହିଳା ଜଣଙ୍କ ଏନେଇ ଅଭିଯୋଗ କରିଛନ୍ତି । ଜାତୀୟ ଦଳିତ ଆଦିବାସୀ ମହାସଂଘ ସଦସ୍ୟଙ୍କ ସହ ଆସି ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ।

ପୂର୍ବରୁ ଗତ ଡିସେମ୍ବର ମାସ ୨ ତାରିଖରେ ଝାଡେଶ୍ବରୀ ମନ୍ଦିର ନିକଟ ପୋଲିସ କ୍ବାର୍ଟରରେ ଜଣେ ନାବାଳିକା ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା ।

Related Posts