ଦଳିତ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ଚାଞ୍ଚଲ୍ୟ

ଉତ୍ତରପ୍ରଦେଶର ବୁଡାଉଁରେ ଦୁଇ ଦଳିତ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ଚାଞ୍ଚଲ୍ୟ । ଘଟଣାରେ ୫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୂଯାୟୀ 2 ଜଣ ପୀଡ଼ିତା ମଙ୍ଗଳବାର ସଂଧ୍ୟାରେ ଶୌଚ ହେବାକୁ ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲେ । ପରଦିନ ସକାଳୁ ଦୁହିଁଙ୍କ ମୃତ ଦେହ ଗାଁର ଏକ ଆମ୍ବ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପୋଲିସ । ଶବ ବ୍ୟବଚ୍ଛେଦ ପରେ ଦୁଇଜଣଙ୍କ ସହ ଦୁଷ୍କର୍ମ କରାଯାଇଥିବା ସ୍ପଷ୍ଟ ହୋଇଥିଲା । ସତ ସାମ୍ନାକୁ ଆସିବା ପରେ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଗାଁର ୫ଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି  ଜଣଙ୍କୁ ଗିରଫ କରିଛି । ବ୍ୟକ୍ତିଗତ କଳହ ପାଇଁ ଏଭଳି ଘଟିଥିବା ଜଣା ପଡ଼ିଛି ।

Related Posts