
ଚେନ୍ନାଇ: ତାମିଲନାଡୁର ତୁଥୁକୁଡ଼ିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ତୃତୀୟଲୀଙ୍ଗୀଙ୍କ କେଶ କାଟୁଥିବାର ଏକ ଭାଇରାଲ୍ ଭିଡିଓରେ ଦେଖିବାକୁ ମିିଳିଛି।୨ ଜଣ ଯୁବକ ମିଶି ତୃତୀୟଲୀଙ୍ଗୀଙ୍କ କେଶ କାଟୁଥିବାର ଦେଖିବାକୁ ମିଳିଛି । ଅଭିଯୁକ୍ତ ଦ୍ବୟ ୨ ତୃତୀୟଲୀଙ୍ଗୀଙ୍କ କେଶ କାଟିବା ସହ ତାଙ୍କୁ ଶାରୀରିକ ନାର୍ଯାତନା ବି ଦେଉଥିବା ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିିଛି ।
ଅଭିଯୁକ୍ତ ଯୁବକ ଦ୍ବୟ ହେଲେ ଯୁବ ଭୁବନ ଏବଂ ବିଜୟ। ଏହି ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ସେମାନଙ୍କ ନାମରେ ମାମଲା ରୁଜୁ ହେବା ପରେ ସେମାନଙ୍କୁ ଗୁରୁବାର କାଲୁଗୁମଲାଇ ପୁଲିସ୍ ଗିରଫ କରିଛି।
ଭିଡିଓରେ ଜଣେ ଯୁବକ ଜଣେ ତୃତୀୟଲୀଙ୍ଗୀଙ୍କ କେଶକୁ ଜୋର୍ ଜବରଦସ୍ତ କାଟୁଥିବା ବେଳେ ଅନ୍ୟ ଜଣେ ଯୁବକ ତାହାକୁ ସୁଟ୍ କରୁଥିବାର ଦେଖିବାକୁ ମିଳିଛି। ଅନ୍ୟ ଜଣେ ତୃତୀୟଲୀଙ୍ଗୀ ଭୟରେ ସେଠାରେ ବସିଥିବା ଭିଡିଓରେ ଦେଖିବାକୁ ମିଳିଛି।
ଭିଡିଓଟିକୁ ଟ୍ବିଟର୍ରେ ସେୟାର କରିଛନ୍ତି ତୃତୀୟଲିଙ୍ଗୀ ସାମାଜିକ କର୍ମୀ ଗ୍ରେସ୍ ବାନୁ। ସେ ଭିଡିଓଟିକୁ ପୋଷ୍ଟ୍ କରି ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ୍ରେ ଦାବି କରିଛନ୍ତି। ଭିଡିଓଟି ଭାଇରାଲ୍ ହେବା ପରେ ଘଟଣା ପୁଲିସ୍ ନିକଟକୁ ଗଲା ଓ ସେ ଦୁହେଁ ଏବେ ଗିରଫ ହୋଇଛନ୍ତି