ଏନ୍‌ସିଡବ୍ଲୁ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦର୍ଶନ ବେଳେ ଗୁଜୁରାଟ ଆପ ମୁଖ୍ୟଙ୍କୁ ଅଟକ ରଖିଲା ପୋଲିସ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜରାଟର ଆମ୍ ଆଦମୀ ପାର୍ଟି ମୁଖ୍ୟ ଗୋପାଳ ଇଟାଲିଆଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିଛି। ତାଙ୍କୁ ସରିତା ବିହାର ଥାନାକୁ ନେଇଛି ପୁଲିସ। ଏନ୍‌ସିଡବ୍ଲୁ (ରାଷ୍ଟ୍ରୀୟ ମହିଳା ଆୟୋଗ) ଅଧ୍ୟକ୍ଷାଙ୍କ ଅଫିସ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ଦିଲ୍ଲୀ ପୁଲିସ ତାଙ୍କୁ ଉଠାଇନେଇଛି।

ତେବେ ଏହାପୂର୍ବରୁ ଗୋପାଳ ଇଟିଲିଆଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଉଥିବା ନଜର ଆସିଥିଲେ। ଏହାପରଠାରୁ ବିଜେପି ଲଗାତାର ଆମ୍ ଆଦମୀ ପାର୍ଟି ଓ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ୍ କରୁଛି । ଏହି ଭିଡିଓକୁ ନେଇ ଭିଡିଓକୁ ନେଇ ଏନ୍‌ସିଡବ୍ଲୁ ଗୋପାଲଙ୍କୁ ସମନ ଜାରି କରି ପଚରାଉଚରା ପାଇଁ ଡକାଇଥିଲା।

ଅନ୍ୟପଟେ ଗୁଜରାଟ ଆପ୍ ମୁଖ୍ୟ ଗୋପାଲ ଇଟାଲିଆଙ୍କୁ ପୁଲିସ ଗିରଫ କରିଛି ବୋଲି ଆମ୍ ଆଦମୀ ପାର୍ଟି ଦାବି କରିଛି। ଦଳର କହିବା ଅନୁଯାୟୀ, ଦିଲ୍ଲୀ ପୁଲିସ ଗୋପାଳ ଇଟାଲିଆଙ୍କୁ ସରିତା ବିହାର ପୁଲିସ ଷ୍ଟେସନକୁ ନେଇଛି।

ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ ଯେଉଁମାନେ ଗୋପାଳ ଇଟାଲୀକୁ ଅଟକ ରଖିଛନ୍ତି ସେମାନେ ବିଦ୍ୟାଳୟର ସ୍ଥିତିକୁ କିପରି ସୁଦୃଢ଼କରିବେ ଜାଣନ୍ତି ନାହିଁ। ୨୭ ବର୍ଷରେ ଏହି ଲୋକମାନେ ବିଦ୍ୟାଳୟର ସ୍ଥିତି ଠିକ୍ କରିପାରିଲେ ନାହିଁ । ଇଟାଲିଆ ସେହି ଦଳ ସହ ଜଡିତ ଯିଏ ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ କାର‌୍ୟ୍ୟ କରୁଛି।

Related Posts