ସଙ୍ଗରୋଧର ଵିରଳ ନମୁନା : କୋଭିଡ଼ ପଜିଟିଭ ଜଣାପଡିଵା ପରେ ଗଛ ଉପରେ ଵିତାଇଲେ ୧୧ ଦିନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ତେଲେଙ୍ଗାନର ନାଲାକୋଣ୍ଡା ଜିଲ୍ଲାରେ ଆଶ୍ଚର୍ଯ୍ୟ ଚିତ୍ର ଦେଖିବାକୁ ମିଳିଛି । ୧୮ ବର୍ଷ ବୟସର ସ୍ନାତକ ଛାତ୍ର ଶିବ କରୋନା ପଜେଟିଭ୍ ଆସିବା ପରେ୧୧ଦିନ ଏକ ଗଛ ଉପରେ ପୃଥକ ବାସ କରିଛନ୍ତି । ଘରେ ପୃଥକ ବାସ ପାଇଁ ଜାଗାନଥିବାରୁ ସେ ବାଧ୍ୟ ହୋଇ ଗଛ ଉପରକୁ ବାଛି ନେଇ ଥିଲେ । ନାଲାକୋଣ୍ଡାଜିଲ୍ଲାର ଏକ ଆଭ୍ୟନ୍ତରିଣ ଅଞ୍ଚଳ କୋଥାନାଣ୍ଡିକୋଣ୍ଡାରେ ଶିବ ୪ମେ ରେ କରୋନା ପଜେଟିଭ ଆସିଥିଲେ । ପରେ ଗ୍ରାମର ସ୍ୱେଚ୍ଛାସେବୀ ମାନେ ତଙ୍କୁ ଅଲଗା ରହିବାକୁ ଓ ଘରେ ପୃଥକ ରହିବାକୁ କହିଥିଲେ ବୋଲି ଶିବ ଦ ପ୍ରିଣ୍ଟକୁ କହିଛନ୍ତି । ଗ୍ରାମରେ ପୃଥକ କେନ୍ଦ୍ର ଅଭାବ ଓ ତାଙ୍କର ଘରେ ସୁବିଧା ଥିବାରୁ ସେ ବାଧ୍ୟ ହୋଇ ଗଛଉପରକୁ ବାଛି ନେଇ ଥିଲେ । ଶିବ ଗଛ ଉପରେ ୧୧ଦିନ ବିତାଇ ଛନ୍ତି । କୋଥାନାଣ୍ଡିକୋଣ୍ଡାରେ ପ୍ରାୟ ୩୫୦ରୁ ଉର୍ଦ୍ଧ ପରିବାର ବାସକରନ୍ତି । ଏହି ଅଞ୍ଚରେ ଥିବା ଲୋକମାନେ ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ୫ କିଲୋମିଟର ଦୁରରେ ଅବସ୍ଥିତ । ଜରୁରୀ କାଳିନ ପରିସ୍ତିତିରେ ହେଲେ ଲୋକମାନେ ୩୦ କିଲୋମିଟର ଯିବାକୁ ପଡିବ ବୋଲି ସ୍ତାନୀୟ ବାସିନ୍ଦା କହିଛନ୍ତି । ରାଜ୍ୟରେ ଗ୍ରାମାଅଞ୍ଚଳରେ କରୋନା ବଢିବାର ଦେଖି ସ୍ଥାନୀୟ ପ୍ରଶାସନ ଏକ ଅନୁସୂଚିତ ଜନଜାତି ହଷ୍ଟେଲେକୁ ଆଇସୋଲେଶନ କେନ୍ଦ୍ରରେ ପରିଣତ କରିଥିଲା । କିନ୍ତୁ ଏହି ଅଞ୍ଚଳର ସ୍ଥାନୀୟ ବାସିନ୍ଦା ଏ ବିଷୟରେ ଅବଗତ ନାହାନ୍ତି । ଶିବ ଦ ପ୍ରିଣ୍ଟକୁ କହିଛନ୍ତି “ଏଠାରେ କୌଣସି ପୃଥକ ନିବାସ ନଥିଲା । ସେ ଦୁଇଦିନ ତଳେ ଏହାକୁ ପୃଥକ କେନ୍ଦ୍ରରେ ପରିଣତ କରିଥିଲେ । ଏବଂ ଅନ୍ୟ ଗ୍ରାମରେ ଏହି କେନ୍ଦ୍ର ଅଛିକି ନାହିଁ ମୁଁ ଜାଣିନାହିଁ, ମୁଁ ଆଉ କଣ କରିପାରିବି ବୋଲି କହିଛନ୍ତି । ତାଙ୍କର ୪ଜଣ ପରିବାର ଅଛନ୍ତି ତାଙ୍କ ଭିତରୁ କାହାକୁ ସଂକ୍ରମିତ ନହେଉ ବୋଲି ସେ ଗଛଉପରେ ରହିବା ପାଇଁ ନିସ୍ପତି ନେଇଥିଲେ । ଶିବ କହିଛନ୍ତି ମୁଁ ଜାଣି ନାହିଁ ଗ୍ରାମର ସେଚ୍ଚାସେବୀ ମାନେ ସରପଞ୍ଚକୁ ମୋ ପଜିଟିଭ୍ ବିଷୟରେ କହିଥିଲେ କି ନାହିଁ । ମୋ ଗାଁରେ ମୋତେ କେହି ସାହଯ୍ୟ କରୁ ନାହାନ୍ତି । ସମସ୍ତେ ଭାଇରସ୍ କୁ ଭୟ କରି ଘରୁ ବାହାରକୁ ଯାଉନାହାନ୍ତି । ଦ ପ୍ରିଣ୍ଟ ଗ୍ରାମର ସରପଞ୍ଚ ନିକଟକୁ ଫୋନ୍ କଲ କରିଥିଲା କିନ୍ତୁ କୌଣସି ପ୍ରତିକ୍ରିୟା ମିଳିପାରି ନଥିଲା । ଆଉ ମଧ୍ୟ ଜିଲ୍ଲା କଲେକ୍ଟର ପ୍ରସାନ୍ତ ଜାନ୍‌ଙ୍କୁ କଲ ଓ ମେସେଜ୍ କରାଯାଇ ଥିଲା ଏପ୍ରର୍ଯନ୍ତ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Related Posts