
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁଣି ୫ ଦିନିଆ ରିମାଣ୍ଡରେ ଗଲେ ରସିକିଆ ଡାକ୍ତର । ତେବେ ଏହି ଏହି ୫ ଦିନିଆ ରିମାଣ୍ଡ ସମୟରେ ପୁଲିସ ରମେଶର ଆର୍ଥିକ କାରବାର ନେଇ ଖୋଳତାଡ଼ କରିବ ବୋଲି ଜଣା ପଡ଼ିଛି । ରସିକିଆ ଡାକ୍ତର ରମେଶ ସ୍ୱାଇଁଙ୍କ ଗୁମର ଦିନକୁ ଦିନ ଫିଟିବାରେ ଲାଗିଛି । ରିମାଣ୍ଡ ସମୟରେ ରମେଶର ପଲିଗ୍ରାଫ ଟେଷ୍ଟ ହେବ। ପରବର୍ତ୍ତୀ ସମୟରେ ରମେଶର ଭଉଣୀକୁ ବି ରିମାଣ୍ଡରେ ନେବା ପାଇଁ ପୁଲିସ୍ ଯୋଜନା କରୁଛି। ସେପଟେ ନକଲି ଡାକ୍ତର ଶ୍ରୀ ସ୍ବାଇଁ ଗିରଫ ଘଟଣାରେ କମିସନରେଟ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଅଧିକ ତଦନ୍ତ କରୁଛି।
ଟିମରେ ମହିଳା ଥାନା, ସାଇବର ସେଲ, ଆଣ୍ଟି ଫ୍ରର୍ଡ ସେଲକୁ ନେଇ ଏହି ଟିମ୍ ଗଠିତ ହୋଇଛି। ଠକ ଡାକ୍ତର ରମେଶ ସ୍ବାଇଁ ସମ୍ପର୍କରେ ପୁଲିସକୁ ଅନେକ ତଥ୍ୟ ମିଳିଛି। ତେଣୁ ପୁଲିସ ରମେଶକୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିଥିଲା। ଅଭିଯୁକ୍ତ ରମେଶ ୩୦ ବର୍ଷ ଭିତରେ କେଉଁଠି ରହୁଥିଲେ ଓ କାହାକାହା ସମ୍ପର୍କରେ ଆସିଥିଲେ ସେନେଇ ଖୋଳ ତାଡ଼ କରିବ। ଏଥି ପାଇଁ ପୁଲିସର ସ୍ବତନ୍ତ୍ର ଟିମ୍ ରାଜ୍ୟ ବାହାରକୁ ଯିବ। ଯେଉଁ ମହିଳା ଓ ଯୁବତୀ ମାନେ ଏହି ଠକେଇରେ ଶିକାର ହୋଇଛନ୍ତି ମହିଳା ଥାନାରେ ଅଭିଯୋଗ କରିବା ପାଇଁ ଡିସିପି ଉମାଶଙ୍କର ଦାଶ ଅନୁରୋଧ କରିଛନ୍ତି।