ସରିଲା ଚକ ଡେରା କାମ, ଆଜି ଆରମ୍ଭ ହେବ ୩ ରଥର ମୁହାଁଟି ବାଡିଆ

ଆସୁଛି ଶ୍ରୀଜୀଉଙ୍କ ରଥଯାତ୍ରା । ଆଷାଢ ମାସ ଶୁକ୍ଲ ଦ୍ୱିତୀୟା ତିଥିରେ ହେବାକୁ ଥିବା ରଥଯାତ୍ରା ବା ଘୋଷଯାତ୍ରା ପାଇଁ ରଥ ତିଆରି କାମ ଜାରି ରହିଛି । ଶ୍ରୀନଅର ସମ୍ମୁଖରେ ରଥଖଳାରେ ତିନି ରଥ ମୁଖ୍ୟ ବିଶ୍ୱକର୍ମାଙ୍କ ନେତୃତ୍ୱରେ ଚାଲିଛି । ଏହି ବାକିଥିବା ଅତିରିକ୍ତ କାମକୁ ଶୀଘ୍ର ସାରିବାକୁ ବିଶ୍ୱକର୍ମା ମହାରଣା କହିଛନ୍ତି । ମହାପ୍ରଭୂଙ୍କ ସହ ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ତିଆରି କାମ ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇ ଜୋରସୋରରେ ଚାଲିଛି । ତିନ ରଥ ନନ୍ଦିଘୋଷ ,ତାଳଧ୍ୱଜ ଓ ଦର୍ପଦୋଳନର ୨୧ଟି ଅଖ ହଣା କାର୍ଯ୍ୟ ଶେଷ ହୋଇଛି । ତାଳଧ୍ୱଜ ଓ ନନ୍ଦିଘୋଷର ଚିରଟ ଶେଷ ହୋଇଛି ।

ରଥ ଗୁଡ଼ିକର ଚକ ଅଖ ଡେରା ନୀତି ସମ୍ପନ୍ନ ହେବା ପରେ ବିଶ୍ୱକର୍ମା ମହାରଣା ସେବକ ମାନେ ଚକ ତିଆରି କାରିବାରେ ଲାଗିପଡ଼ିଛନ୍ତି । ତିନୋଟି ରଥର ଚାରୋଟି ଲେଖାଏଁ ଚାରି ନାହାକା କାଠ ରଥଖଳାରେ ପଡ଼ିଛି । ତେଣୁ ରଥଯାତ୍ରା ପାଇଁ ରଥନିର୍ମାଣ ବିଳମ୍ବ ହେଉଥିବାରୁ ଅଧିକ ସମୟ କାର୍ଯ୍ୟ କରିବାକୁ ପଡ଼ିବ । ଅଧିକ ସମୟ କାମ ପାଇଁ ଦେଢା ମଜୁରି ବିଶ୍ୱକର୍ମା ମହାରଣା ଦାବୀ କରିଛନ୍ତି ।

Related Posts