ଯୁବକ କୁ ଗଳାକାଟି ହତ୍ୟା

ପାଳଲହଡା: ଦୀର୍ଘ ଦିନ ର ଶାନ୍ତି ପରେ ପୁଣି ଏକ ହତ୍ୟା କାଣ୍ଡ କୁ ନେଇ ଅଶାନ୍ତ ହୋଇ ଉଠିଛି ପାଳଲହଡା । ଆଦିବାସୀ ଯୁବକଙ୍କୁ ଗଳା କାଟି ହତ୍ୟା , ଗାଁ ଦାଣ୍ଡ ରେ ହତ୍ୟା କାରି ଖେଳିଲା ରକ୍ତ ର ହୋଲି । ଘଟଣା ଘଟିଛି ପାଳଲହଡା ଟାଉନ ଠାରୁ ମାତ୍ର ଦୁଇ କିଲୋମିଟର ଦୁର ଇଶ୍ଵରନଗର ପଞ୍ଚାୟତ ର ରାଧାସାହି ଗ୍ରାମରେ ।

ତେବେ ଗତକାଲି ସନ୍ଧ୍ୟା ରେ ସେହି ଗାଁ ର ଆଦିବାସୀ ଯୁବକ ପ୍ରଶ୍ନ ନାୟକ ଘରେ ଥିବାବେଳେ ତାର ମାମୁ ତାକୁ ଘରୁ ଡାକି ନେଇଥିଲେ , ମାତ୍ର ବିଳମ୍ବିତ ରାତ୍ରୀ ରେ ପରିବାର ଲୋକ ବହୁ ଖୋଜାଖୋଜି ପରେ ପ୍ରଶ୍ନ ର କୈଣସି ପତ୍ତା ମିଳି ନଥିଲା , ରାତ୍ରୀ ପ୍ରାୟ 11 ଟା ସମୟରେ ପ୍ରଶ୍ନ ର ରକ୍ତ ଜୁଡୁବୁଡୁ ଶରୀର ଗାଁ ମୁଣ୍ଡ ରେ ପଡିଥିବା ଗ୍ରାମବାସୀ ଦେଖି ପାଳଲହଡା ପୋଲିସ କୁ ଖବର ଦେଇଥିଲେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଘଟଣାର ସଂଶ୍ଳୀଷ୍ଟ ଥିବା ହତ୍ୟା କରିକୁ ଧରିବା ପାଇଁ ଢେ଼ଙ୍କାନାଳ ପୋଲିସ ସାଇଣ୍ଟିଫିକ ଟିମ ମାଧ୍ୟମରେ ଅଧିକ ତଦନ୍ତ ପାଇଁ ତନାଘନା ଆରମ୍ଭ ହୋଇଛି , ପ୍ରାଥମିକ ତଦନ୍ତ ରୁ ପୂର୍ବଶତ୍ରୁ ତାକୁ କେନ୍ଦ୍ର କରି ହତ୍ୟା କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ପରିବାର ପକ୍ଷରୁ ପ୍ରଶ୍ନ ର ପିଉସା ରଥ ମୁଣ୍ଡା ଓ ଅନ୍ୟ ସହୋଯୋଗି ହତ୍ୟା କାଣ୍ଡ ରେ ସଂଶ୍ଳିଷ୍ଟ ଥିବା ଥାନାରେ ଅଭିଯୋଗ ହୋଇଛି , ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ପ୍ରଶ୍ନ ର ସ୍ତ୍ରୀ ବାସନ୍ତୀ ନାୟକ ଅଭିଯୋଗ କରିଛି ଓ ହତ୍ୟା କରି କୁ ତୁରନ୍ତ ଗିରଫ କରିବା ପାଇଁ ପୋଲିସ ନିକଟରେ ଦାବୀ କରିଛି । ମୃତ ପ୍ରଶ୍ନ ର ଚାରି ବର୍ଷ ର ଏକ ଶିଶୁ କନ୍ୟା ଥିବାବେଳେ ତାର ପରିବାର ସଂପୂର୍ଣ୍ଣ ଉଜୁଡି ଯାଇଛି । ଗତକାଲି ସନ୍ଧ୍ୟା ଠାରୁ ଅଭିଯୁକ୍ତ ଫେରାର ଥିବା ଜଣା ପଡିଛି ।

Related Posts