ହାତରେ ଆଘାତ ଯୋଗୁଁ କ୍ରିକ୍ରେଟ୍ ବିଶ୍ୱକପ୍ରୁ ବାଦ ପଡ଼ିଥିବା ଭାରତୀୟ ଓପନର୍ ଶିଖର ଧାୱନ୍ଙ୍କ ସ୍ଥାନରେ ଋଷଭ ପନ୍ଥଙ୍କୁ ସୁଯୋଗ ମିଳିଛି । ବିଶ୍ୱକପ୍ରେ ନିଜର ଯାଦୁ ଦେଖାଇବାକୁ ଋଷଭ ଇଲଣ୍ଡକୁ ଯାତ୍ରା ଆରମ୍ଭ କରିଦେଇଛନ୍ତି । ସେ ଏବେ ୧୫ ଜଣିଆ ଭାରତୀୟ ଟିମ୍ରେ ସାମିଲ ହୋଇଛନ୍ତି ।
ବିସିସିଆଇ ଚୟନ କର୍ତ୍ତା ଶିଖରଙ୍କ ସ୍ଥାନରେ ଋଷଭଙ୍କୁ ବାଛିଛି । ଋଷଭ ବ୍ୟାକ୍ଅପ୍ ଦେବାକୁ ଟିମ୍ରେ ସାମିଲ କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ଯଦି ଧାୱନଙ୍କ ସୁସ୍ଥ ନ ହେବାର ଖବର ମିଳେ ତାହା ହେଲେ ତାଙ୍କୁ ବିଶ୍ୱକପ୍ରେ ୧୫ ଜଣିଆ ଟିମ୍ରେ ସାମିଲ କରାଯିବ । ଏ ନେଇ ଏଆଇସିସିକୁ କୁହାଯିବ । ଅନ୍ୟପକ୍ଷରେ ଧାୱନ୍ ମଧ୍ୟ ଦଳରୁ ବାହାରି ନାହାଁନ୍ତି । ସେ ଆଗାମୀ ତିନି ସପ୍ତାହ ପର୍ଯ୍ୟନ୍ତ ନ ଖେଳିଲେ ମଧ୍ୟ ଟିମ୍ରେ ରହିବେ । ଭାରତ ମଧ୍ୟ ଫେରିବେ ନାହିଁ ।
ଗତ ୯ ତାରିଖ ଇଣ୍ଡିଆ-ଅଷ୍ଟ୍ରେଲିଆ ମ୍ୟାଚ୍ରେ ଶିଖରଙ୍କ ବାମ ହାତ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଏହି ମ୍ୟାଚ୍ରେ ଧାୱନ୍ ଶତକ ହାସଲ କରିଥିଲେ । ଆଙ୍ଗୁଠିରେ ହେୟାର୍ ଲାଇନ୍ ଫ୍ୟାକଚର୍ ଯୋଗୁଁ ତାଙ୍କୁ ୩ ସପ୍ତାହ ଆରାମ କରିବାକୁ ପରାମର୍ଶ ଦିଆଯାଇଛି ।