ଭିଜିଲାନ୍ସ ଜାଲରେ ରାୟଗଡା ଅବକାରୀ ବିଭାଗର ଉପ ଅଧୀକ୍ଷକ

ରାୟଗଡା: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ତାଙ୍କ ବିରୁଦ୍ଧରେ ଆସିଛି ଲାଞ୍ଚ ନେବା ଅଭିଯୋଗ । ଅଧିକାରୀ ଜଣଙ୍କ ହେଲେ ରାୟଗଡା ଅବକାରୀ ବିଭାଗର ଉପ ଅଧୀକ୍ଷକ । ରାୟଗଡା ଅବକାରୀ ବିଭାଗର ଉପ ଅଧୀକ୍ଷକ ନୀନା ବେଉରାଙ୍କୁ ରାୟଗଡାରୁ ଭୁବନେଶ୍ବର ଆସୁଥିବା ବେଳେ ଖୋର୍ଦ୍ଧା ନିକଟରେ ଧରିଲା ଭିଜିଲାନ୍ସ ।

ନୀନା ବେଉରା ରାୟଗଡାରୁ ନଗଦ ୬ ଲକ୍ଷ ଟଙ୍କା ଧରି ଭୁବନେଶ୍ବର ଆସୁଥିବା ବେଳେ ଭିଜିଲାନ୍ସ ଚଢ଼ାଉ କରିଛି । ତେବେ ଟଙ୍କା କେଉଁଠୁ ଆଣିଥିଲେ ସେନେଇ ଆରମ୍ଭ ହୋଇଛି ଖୋଳତାଡ ।

ତାଂକୁ ଗୁଡେ଼ଇ ତୁଡେଉ ଅନେକ ପ୍ରଶ୍ନ ପଚାରିଛନ୍ତି ଅବକାରୀ ବିଭାଗ, ମାତ୍ର ତାଙ୍କ ଠାରୁ କୌଣସି ସନ୍ତୋଷ ଜନକ ଉତ୍ତର ମିଳିନାହିଁ ।

Related Posts