ଖଣିରେ ନିଯୁକ୍ତି ଦାବିର ପରିଣାମ; ୭ ଶିଶୁ, ୩୫ ମହିଳାଙ୍କୁ ଜେଲ

ପୁଣି ଚର୍ଚ୍ଚାରେ ରାୟଗଡା ଜିଲ୍ଲାର କାଶିପୁର ବ୍ଲକ । ବାଫିଲିମାଳି ବକ୍ସାଇଟ୍ ମାଇନ୍ସରେ ନିଯୁକ୍ତି ଦାବିରେ ସ୍ଥାନୀୟ ଅଧିବାସୀଙ୍କ ମଧ୍ପୋୟରେ ଦେଖାଯାଇଥିବା ଅସନ୍ତୋଷ ଗତ ଜାନୁଆରୀ୩ ତାରିଖରେ ଚରମରେ ପହଞ୍ଚିଥିଲା । ହିଣ୍ଡାଲକୋ ମାଲିକାନାରେ ପରିଚାଳିତ ଉତ୍କଳ ଆଲୁମିନା ଇଣ୍ଟରନେସନାଲ ଲିମିଟେଡ ନାମକ ସଂସ୍ଥା ନିକଟରେ ଦାବି କରିଥିଲେ ନିଯୁକ୍ତି ପାଇଁ । ଅତିତରେ ଜମିହରା ଜନତାଙ୍କୁ ନିଯୁକ୍ତି ପ୍ରତିଶୃତି ପାଳନ କରିବାରେ କମ୍ପାନୀ କର୍ତ୍ତୃପକ୍ଷ ଟାଳଟୁଳ ନୀତି ପ୍ରତିବାଦରେ ଏକାଠି ହୋଇଥିଲେ ହଜାର ହଜାର ଆଦିବାସୀ । ଅନୁସୂଚିତ ଜନଜାତି ବର୍ଗର ଏହି ନିରୀହ ଅଧିବାସୀଙ୍କୁ ନିଯୁକ୍ତି ଦେବା ବଦଳରେ ପୋଲିସ ଗିରଫ କରିଥିଲା । ସବୁଠାରୁ ବଡକଥା ହେଲା ଗିରଫଙ୍କ ମଧ୍ୟରେ ୩୫ ଜଣ ମହିଳା ଥିବା ବେଳେ ୭ଜଣ ଶିଶୁ ଅଛନ୍ତି । ଏମାନଙ୍କ ମଧ୍ୟରୁ ୫ଜଣ ମହିଳା ଅନ୍ତସତ୍ତ୍ବା ଥିବାର କଥା ଜଣାପଡିଛି ।

ଏହାକୁ ବିରୋଧକରି ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଗତ ୫ ଜାନୁଆରୀରେ ରାୟଗଡା ବନ୍ଦ ଡାକରା ଦେଇଥିଲେ । ପାଇକ କୁପାଖାଲ ଗ୍ରାମର ଅଧିବାସୀ ମାନଙ୍କ ଦ୍ବାରା ଆହୁତ ଏହି ଆନ୍ଦୋଳନକୁ ହିଣ୍ଡାଲକୋ ବଳପୂର୍ବକ ଗିରଫ କରିବାକୁ ନେଇ ସମଗ୍ର ଜିଲ୍ଲାରେ ଉତ୍ତେଜନା ଦେଖିବାକୁ ମିଳିଛି । ଏ ସମ୍ପର୍କରେ ରାୟଗଡା ପୋଲିସ ଆରକ୍ଷୀ ଅଧିକ୍ଷକ ଡ. ସର୍ଭଣା ଭିବେକ ମୁହଁ ଖୋଲିଛନ୍ତି । ଗିରଫଦାରୀକୁ ସ୍ବିକାର କରିବା ସହ ବାରମ୍ବାର ସ୍ଥାନୀୟ ଅଧିବାସୀ ମାନଙ୍କ ଦ୍ବାରା ଏଭଳି ବିଶୃଙ୍ଖଳା ହେଉଥିବାରୁ ପୋଲିସ ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ ନେଲା ବୋଲି କହିଛନ୍ତି । ଚୁକ୍ତିନାମା ଅନୁସାରେ କମ୍ପାନୀ ତରଫରୁ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ CSR ପାଣ୍ଠିରୁ ନିୟମିତ ଖର୍ଚ୍ଚ କରାଯାଉଛି ବୋଲି ଆରକ୍ଷୀ ଅଧିକ୍ଷକ କହିଥିଲେ ।

Related Posts