ମୁଜାଫରପୁର ଆଶ୍ରମ ଗୃହ ମାମଲାରେ ନୂଆ ଟ୍ବିଷ୍ଟ; ମୃତ ୩୫ ଯୁବତୀ ଜୀବିତ: CBI

(ସତ୍ୟପାଠ ବ୍ୟୁରୋ) ମୁଜାଫରପୁର: ବିହାରର ବହୁଚର୍ଚ୍ଚିତ ମୁଜାଫରପୁର ଆଶ୍ରମ ଗୃହରେ ୪୦ ଜଣ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା ଏକ ନୂଆ ମୋଡ ନେଇଛି । ଏହି ମାମଲାର ଯାଞ୍ଚ କରୁଥିବା ସିବିଆଇ ସୁପ୍ରିମକୋର୍ଟରେ କିହଛି କି ସେଲଟର ହୋମରେ କୌଣସି ଝିଅଙ୍କର ମୃତ୍ୟୁ ହୋଇନାହିଁ । ସିବିଆଇ ତରଫରୁ କୋର୍ଟରେ ହାଜର ହୋଇଥିବା ଆଟର୍ଣ୍ଣି ଜେନେରାଲ କେ.କେ.ବେଣୁଗୋପାଳ ଏହା ଦାବି କରିଛନ୍ତି ଯେ ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ତଥ୍ୟ ମିଳିନଥିବାବେଳେ ସମସ୍ତ ୩୫ଜଣ ଝିଅ ଜୀବିତ ଅଛନ୍ତି ।

ସେଠାରେ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ନେଇ ଯେଉଁ ସନ୍ଦେହ କରାଯାଉଥିଲା ସେ ସମସ୍ତ ଝିଅ ଜୀବିତ ଅଛନ୍ତି ବୋଲି କହିଛି ସିବିଆଇ। ସେଠାରୁ ମିଳିଥିବା ହାଡ ଗୁଡ଼ିକ କେତେଜଣ ବୟସ୍କ ବ୍ୟକ୍ତିଙ୍କର । ସିବିଆଇ ନିଜର ଯାଞ୍ଚରେ ଏହା ସ୍ପଷ୍ଟ କରିଛି କି ମୁଜାଫରପୁର ସେଲଟର ହୋମରେ କୌଣସି ନାବାଳିକାଙ୍କର ମୃତ୍ୟୁ ହୋଇନାହିଁ ।

ଏହି କେସ ଉପରେ ନୂଆ ଦିଲ୍ଲୀର ସାକେତ କୋର୍ଟ ୧୪ ଜାନୁଆରୀରେ ଫଇସଲା ଶୁଣାଇବେ । ମାମଲାର ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁରଙ୍କ ଦ୍ବାରା ପରିଚାଳିତ ବାଳିକା ଆଶ୍ରୟ ଗୃହରେ ୪୦ରୁ ଅଧିକ ନାବାଳିକାଙ୍କୁ ଉତ୍ପୀଡ଼ନ କରାଯାଇଥିଲା । ସିବିଆଇ ୪ଟି ଆଶ୍ରୟ ଗୃହ ବିରୋଧରେ ନିଜର ପ୍ରାରମ୍ଭିକ ଯାଞ୍ଚରେ କୌଣସି ଅପରାଧ ହୋଇଥିବାର ତଥ୍ୟ ପାଇନାହିଁ ।

ମୁଜାଫରପୁର ସେଲଟର ହୋମରେ ୪୦ ନାବାଳିକା ଝିଅଙ୍କ ସହ ଦୁଷ୍କର୍ମ ହୋଇଥିବା କଥା ସାମ୍ନାକୁ ଆସିଥିଲା । ଏହି ମାମଲାରେ ଶେଲଟର ହୋମ ସଂଚାଳକ ବ୍ରଜେଶ ଠାକୁର ମୁଖ୍ୟ ଅଭିଯୁକ୍ତ । ତାଙ୍କ ଉପରେ ଅଭିଯୋଗ ଏହା ରହିଛି କି ଶେଲଟର ହୋମରେ ଥିବା ଝିଅମାନଙ୍କ ସହ ଦୁଷ୍କର୍ମ ହୋଇଛି । ଏହି ମାମଲାରେ ବ୍ରଜେଶଙ୍କ ବ୍ୟତୀତ ସେଲଟର ହୋମ କର୍ମଚାରୀ ଏବଂ ବିହାର ସରକାରଙ୍କ ସମାଜକଲ୍ୟାଣ ବିଭାଗ ଅଧିକାରୀ ମଧ୍ୟ ଅଭିଯୁକ୍ତ ଅଛନ୍ତି । ମାମଲା ସାମ୍ନାକୁ ଆସିବା ପରେ ସୁପ୍ରିମକୋର୍ଟ ଏହାକୁ ବିହାରରୁ ଦିଲ୍ଲୀକୁ ସ୍ଥାନାନ୍ତର କରିଥିଲେ । ଏହା ପରେ ସାକେତ କୋର୍ଟ ଏହାର ଶୁଣାଣୀ ଜାରି ରଖିଛନ୍ତି । କୋର୍ଟ ୨୦ ମାର୍ଚ୍ଚ ୨୦୧୮ରେ ଏହି ମାମଲାରେ ଆରୋପ ସାବ୍ୟସ୍ତ କରାଯାଇଥିଲା । ଆରୋପୀମାନଙ୍କ ମଧ୍ୟରେ ୮ଜଣ ମହିଳା ଏବଂ ୧୨ଜଣ ପୁରୁଷ ସାମିଲ ଅଛନ୍ତି । କୋର୍ଟ ବ୍ରଜେଶ ଠାକୁରଙ୍କ ସମେତ ୨୧ ଅଭିଯୁକ୍ତଙ୍କ ବିରୋଧରେ ପକସୋ, ଦୁଷ୍କର୍ମ ଏବଂ ଅପରାଧପୂର୍ଣ୍ଣ ଷଡଯନ୍ତ୍ର କରିବା ନେଇ ଅଭିଯୋଗ ରହିଛି ।

Related Posts