
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଛୋଟ ଅପରାଧ ଗୁଡ଼ିକ ପାଇଁ ପ୍ରାବଧାନ ବୁଝାମଣା ବ୍ୟବସ୍ଥାରେ ଅଧା ଜେଲ୍ଦଣ୍ଡ ଭୋଗିସାରିଥିବା କଏଦୀମାନେ ଜେଲ୍ରୁ ଖଲାସ ହେବେ। ସାତ ବର୍ଷ କିମ୍ବା ଏହାଠାରୁ କମ୍ ବର୍ଷ ପାଇଁ ଦଣ୍ଡିତ ଅପରାଧୀମାନଙ୍କୁ ଏହି ବ୍ୟବସ୍ଥାରେ ଖଲାସ କରାଯାଇଥାଏ। ସୁପ୍ରିମକୋର୍ଟ ଓଡ଼ିଶା ସମେତ ଦିଲ୍ଲୀ, ଗୁଜରାଟ, କେରଳ, ରାଜସ୍ଥାନ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡ଼ୁ ଓ ଛତିଶଗଡ଼ ହାଇକୋର୍ଟକୁ ଏହି ମର୍ମରେ ନିର୍ଦ୍ଦେଶ ଜାରି କରିଛନ୍ତିା
ସୁପ୍ରିମକୋର୍ଟ ଉପରୋକ୍ତ ହାଇକୋର୍ଟମାନଙ୍କୁ କହିଛନ୍ତି, ଯେଉଁ ଅପରାଧୀ ମାନେ ଅପରାଧର ଅଧା ଦଣ୍ଡ ଭୋଗିସାରିଛନ୍ତି ଏ ଭଳି ଛୋଟ ଅପରାଧୀଙ୍କୁ ଚିହ୍ନଟ କରାଯାଉ । ସେମାନଙ୍କ ସହ ପ୍ରାବଧାନ ବୁଝାମଣା କରାଯାଇ ସେମାନଙ୍କୁ ମୁକ୍ତ କରାଯାଉ। ସୁପ୍ରିମକୋର୍ଟ ଜେଲ୍ରେ କ୍ଷମତାଠାରୁ ଅଧିକ କଏଦୀ ରହିବା, ଅଦାଲତମାନଙ୍କରେ ମକଦ୍ଦମାର ବୋଝ ତଥା ଅପିଲ୍ ଗୁଡ଼ିକର ଫଏସଲା ହେବା ସମୟକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ଗ୍ରହଣ କରିଛନ୍ତି। ତେବେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗର ଲଗାତର ତଦାରଖ କରୁଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୪ରେ ହେବ। ପ୍ରାବଧାନ ବୁଝାମଣାରେ ଛତିଶଗଡ଼ର ଅଗ୍ରଗତି ଭଲ ରହିଛି। ୩୧ଟି ମାମଲାରେ ଛତିଶଗଡ଼ ସରକାର ନିଜର ନିଷ୍ପତ୍ତି ନେଇସାରିଥିବା ଜଣା ପଡିଛି।