ପରିମଳ ବ୍ୟବସ୍ଥା ଠିକ୍ ନଥିବାରୁ ସିଲ ହେଲା ଗୋପବନ୍ଧୁ ଛକ ସ୍ଥିତ ରିଲାଏନ୍ସ ଫ୍ରେସ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସିଲ୍ ହେଲା ଭୁବନେଶ୍ୱର ଗୋପବନ୍ଧୁ ଛକ ସ୍ଥିତ ରିଲାଏନ୍ସ ଫ୍ରେସ୍ ସୁପରମାର୍କେଟ୍ । ପରିମଳ ବ୍ୟବସ୍ଥାକୁ ନେଇ ନିଆଯାଇଛି ଏଭଳି କାର୍ଯ୍ୟାନୁଷ୍ଠାନ। ତେବେ ରିଲାଏନସ ଫ୍ରେସ ଆଖପାଖରେ ପଡ଼ି ରହିଥିଲା ଅଳିଆ। ଅଳିଆ ଆବର୍ଜନା ସ୍ଥାନୀୟ ଅଞ୍ଚଳରେ ପରିବେଶ ପ୍ରଦୂଷଣ କରୁଥିଲା ।ଫଳରେ ରିଲାଏନ୍ସ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହ ଏହାକୁ ସିଲ୍ କରିଛି ବିଏମସି।

ସମାନ ଅବସ୍ଥା ନିକଟରେ ମାଷ୍ଟର କ୍ୟାଣ୍ଟିନ ସ୍ଥିତ ଗ୍ରୀନ ଚିଲିଜ୍ ସହିତ ମଧ୍ୟ ହୋଇଥିଲା । ପରିମଳ ବ୍ୟବସ୍ଥା ଖରାପ ଥିବାରୁ ଗ୍ରୀନ ଚିଲିଜ୍ କୁ ସିଲ୍ କରିଥିଲେ ଅଧିକାରୀ ।ଆଗ ପରିମଳ ବ୍ୟବସ୍ଥା ସୁଧାରିବା ପରେ ଦୋକାନ ଖୋଲିବା ଲାଗି ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଏଥିସହିତ ମଧ୍ୟ ଚେତାବନୀ ଦିଆଯାଇଛି ଯେ ରାଜଧାନୀର ଆଉ ଯେଉଁଠି ଯେଉଁଠି ଏଭଳି ସମସ୍ୟା ଦେଖାଦେବ ସେଠାରେ ମଧ୍ୟ ଏମିତି କାଗଜ ଲଗାଇ ଦିଆଯିବ, ସଟର ଟାଣି ଦିଆଯିବ।

Related Posts