ଅନୁଗୋଳ ମେଡିକାଲରେ ଆଖି ଗାଏବର ଖୋଲିଲା ରହସ୍ୟ, ପଢନ୍ତୁ କିପରି…

ଅନୁଗୋଳ ମେଡିକାଲ ଶବାଗୃହରୁ ଦୁଇଟି ଶବରୁ ଆଖି ଗାଏବ ଘଟଣାରେ ରିପୋର୍ଟ ଆସିଛି । ସେଫଟି ସେମିଆ ରୋଗ ଯୋଗୁଁ ପ୍ରିତି ଗୋଛାୟାତର ଆଖି ନଷ୍ଟ ହୋଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି । ସେହିପରି କୁଶକିଳା ଗାଁର ଜମ୍ବେଶ୍ଵର ନାଏକଙ୍କ ଆଖି ଦୁର୍ଘଟଣାରୁ ନଷ୍ଟ ହୋଇଛି । ଦୁଇଟି ରିପୋର୍ଟକୁ ପୋଲିସକୁ ପ୍ରଦାନ କରାଯାଇଛି । ଏନେଇ ଅନୁଗୋଳ ସିଡିଏମଓ ପ୍ରତାପ କୁମାର ବେହେରା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୧୮ ତାରିଖରେ ଅନୁଗୁଳ ଜିଲ୍ଲା ନୂଆହତାର ପ୍ରୀତି ଗୋଛୟତ ନାମକ ଶିଶୁର ମୃତ୍ୟୁ ହୋଇଥିଲା । ତାପର ଦିନ ଶବ ବ୍ୟବଚ୍ଛେଦ ପାଇଁ ନେଲା ବେଳେ ଶିଶୁଟିର ଆଖି ନଥିବା ପରିବାରଲୋକ ଦେଖିବାକୁ ପାଇନଥିଲେ । ଯାହାକୁ ନେଇ ମେଡିକାଲରେ ଉତ୍ତେଜନା ଦେଖାଦେଇଥିଲା ।

ସେହିପରି ଗତ ୨୨ତାରିଖରେ ଜମ୍ବେଶ୍ବର ନାୟକଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଅନୁଗୋଳ ଶବାଗାରରେ ମୃତଦେହ ରଖାଯାଇଥିଲା । ତାପର ଦିନ ପୋଷ୍ଟମର୍ଟମ କରିବାକୁ ମୃତଦେହ କାଢିବା ପରେ ଡାହାଣ ଆଖି ନଥିବା ଦେଖିବାକୁ ମିଳିଥିଲା । ଆଖି ପତ୍ତା ମଧ୍ୟ ନଷ୍ଟ ହୋଇଯାଇଥିଲା । ଫଳରେ ମେଡିକାଲରେ ଏକ ପ୍ରକାର ଉତ୍ତେଜନା ଦେଖାଦେଇଥିଲା ।

Related Posts