କଂଗ୍ରେସରୁ ଇସ୍ତଫା ଦେଲେ ଦୁଇ ନେତା, ପଢନ୍ତୁ କିଏ ସେହି ନେତା…

କଳାହାଣ୍ଡି କଂଗ୍ରେସରୁ ଇସ୍ତଫା ଦେଲେ ଦୁଇ ନେତା ।  ପିସିସି ସମ୍ପାଦକ ତଥା ବିଧାନସଭା ନିର୍ବାଚନରେ ନର୍ଲା କଂଗ୍ରେସ ବିଧାୟକ ପ୍ରାର୍ଥୀ ଚିତ୍ତରଂଜନ ମଣ୍ଡଳ  କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ଭବାନୀପାଟଣା ପୌରପରିଷଦର ପୂର୍ବତନ ଉପନଗରପାଳ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କ ବିଶ୍ବସ୍ତ ଚିତ୍ତରଂଜନ ମଣ୍ଡଳଙ୍କ ପ୍ରଦେଶ କଂଗ୍ରେସ କମିଟିକୁ ଦେଇଥିବା ଇସ୍ତଫା ପତ୍ରରେ ଦଳରେ ଅନୁଶାସନ ନାହିଁ ।

ଗତ ବିଧାନସଭା ନିର୍ବାଚନରେ  ଦଳର ବରିଷ୍ଠ ନେତା ଅନ୍ତର୍ଘାତୀ କାର୍ଯ୍ୟ କରି କଂଗ୍ରେସକୁ ହରାଇବାକୁ ଖୋଲା ଖୋଲି ସଭା କରିଥିଲେ । ଯାହାର ଭିଡିଓ ପିସିସିର ସମୀକ୍ଷା ବୈଠକରେ ଦାଖଲ ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ବରଂ ବଲାଙ୍ଗୀର ଜିଲ୍ଲାରେ ପାର୍ଟି ବିରୋଧୀ କାର୍ଯ୍ୟ ପାଇଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା । ପିସିସି ଏହି ଆଭିମୁଖ୍ୟ ତଥା ଜିଲ୍ଲାର ଶୀର୍ଷ ନେତୃତ୍ବର ନୀରବତା ଦଳ ଛଡିବା ନିଷ୍ପତ୍ତିର କାରଣ ବୋଲି ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ଏଥିସହ ପିସିସି ସଭ୍ୟ ତଥା ରାଜ୍ୟ କଂଗ୍ରେସ ଅନୁସୂଚିତ ଜାତିର ଉପସଭାପତି ପ୍ରଶାନ୍ତ ନାଏକ ମଧ୍ୟ କଂଗ୍ରେସର ପ୍ରାଥମିକ ସଦସ୍ୟତା ସହ ପଦ ପଦବୀରୁ ଇସ୍ତଫା ଦେଇଛନ୍ତି । ଭକ୍ତ ଚରଣ ଦାସ ନିଜ ପୁଅ ସାଗର ଚରଣ ଦାସଙ୍କୁ ଭବାନୀପାଟଣା ସଂରକ୍ଷିତ ଆସନରେ ବିଧାୟକ ପ୍ରାର୍ଥୀ ଭାବେ ଛିଡା କରାଇବା ପରେ ଭବାନୀପାଟଣା ଆସନରୁ ବହୁ ଆଶାୟୀ ଅସନ୍ତୋଷ ରହିଥିଲେ ।

Related Posts