କ୍ରିକେଟ୍ ବିଶ୍ବକପ୍ ୨୦୧୯ : ଆଜି ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା

ବିଶ୍ବକପରେ ଆଜି ପାକିସ୍ତାନ ଓ ଅଷ୍ଟ୍ରେଲିଆ ମୁକାବିଲା । କ୍ରମାଗତ ୨ଟି ମ୍ୟାଚ୍ ଜିତିବା ପରେ ଅଷ୍ଟ୍ରେଲିଆକୁ ତୃତୀୟ ମ୍ୟାଚରେ ଭାରତଠାରୁ ହାରିଥିଲା । ସେପଟେ ପ୍ରଥମ ମ୍ୟାଚ୍ ରେ ୱେଷ୍ଟଇଣ୍ଡିଜ୍ ଠାରୁ ହାରିବା ପରେ ୨ୟ ମ୍ୟାଚ୍ ରେ ବ୍ୟାଟ୍ ସମ୍ୟାନଙ୍କ ବିସ୍ଫୋରକ ପ୍ରଦର୍ଶନ ବଳରେ ବିଜୟୀ ହୋଇଥିଲା ପାକିସ୍ତାନ । ଶ୍ରୀଲଙ୍କା ବିରୋଧରେ ପାକିସ୍ତାନ ବିଜୟୀହେବ ବୋଲି ଲକ୍ଷ୍ୟ ରଖିଥିବା ବେଳେ ବର୍ଷା ଏହି ମ୍ୟାଚ୍ କୁ ଧୋଇ ନେଇଥିଲା। ତେଣୁ ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ଉଭୟ ପାକିସ୍ତାନ ଓ ଅଷ୍ଟ୍ରେଲିଆ ଆଜି ପଡ଼ିଆକୁ ଓହ୍ଲାଇବେ। ଅବଶ୍ୟ ଏଥିରେ ମଧ୍ୟ ବର୍ଷା ବାଧକ ସାଜିବ ବୋଲି ଆଶଙ୍କା କରାଯାଇଛି। ମଙ୍ଗଳବାର ଇଂଲଣ୍ଡରେ ସାରାଦିନ ବର୍ଷା ଲାଗିରହିବାରୁ ବ୍ରିଷ୍ଟଲରେ ଖେଳାଯିବାକୁ ଥିବା ବାଂଲାଦେଶ ଓ ଶ୍ରୀଲଙ୍କା ମ୍ୟାଚ୍ ସମ୍ପୂର୍ଣ୍ଣ ବାତିଲ ହୋଇଥିଲା । ଫଳରେ ଉଭୟ ବାଂଲାଦେଶ ଓ ଶ୍ରୀଲଙ୍କା ପଏଣ୍ଟ ଭାଗ କରିଛନ୍ତି।

Related Posts