ବଢୁଛି ମହାନଦୀ ପାଣି : ଜଳସମ୍ପଦ ବିଭାଗ ଯନ୍ତ୍ରୀଙ୍କ ସୂଚନା , ବର୍ତ୍ତମାନ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର :ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଜଳ ସପଂଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ରାଜ୍ୟରେ ବର୍ଷା ନାହିଁ, ଗତ ୨୪ ଘଣ୍ଟା ତଳେ ଯାହା ବର୍ଷା ହୋଇଥିଲା, ତାହା ଏବେ ତଳ ମୁଣ୍ଡକୁ ଡିସଚାର୍ଜ ହେଉଛି । ତେଣୁ ରାଜ୍ୟରେ ବିଶେଷ ଭାବେ ବନ୍ୟାର ଆଶଙ୍କା ନାହିଁ । ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେଉଁ ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା, ତାହା ସ୍ଥିର ହୋଇ କମିବାରେ ଲାଗିଛି । ବୈତରଣୀ, ଆଖୁଆପଦା, ଜେନାପୁର, ଇନ୍ଦୁପୁର, ମଥାନୀରେ ଏବେ ଜଳସ୍ତର କମୁଛି । 

ବ୍ରାହ୍ମଣୀ,ଆଖୁଆପଡ଼ାରେ ବି ଜଳସ୍ତର କମୁଥିବା ନେଇ ସେ ସୂଚନା ଦେଇଛନ୍ତି। ଜଳକାରେ  ବିପଦ ସଂକେତ  ଉପରେ ଥିଲେ ବି ବିପଦ ନାହିଁ କାରଣ ଉପର ମୁଣ୍ଡରେ ଆଉ ବର୍ଷା ନାହିଁ ।  କେବଳ ତଳିଆ ଅଂଚଳରେ ଜଳମଗ୍ନ ରହିଛି । ତେବେ କୌଣସି ସ୍ଥାନରେ ବି  ନଦୀ ଜଳବନ୍ଧ  ଅତିକ୍ରମ କରିନି ।

ହୀରାକୁଦରେ ଗତକାଲି ୬ ଟି ଗେଟ ଖୋଲାଥିଲା ଆଜି ଆଉ ୬ ଟି ଗେଟ୍ ଖୋଲିଛି । ଆବଶ୍ୟକ ସ୍ଥଳେ ପର୍ଯ୍ୟାୟକ୍ରମେ ଅଧିକ ଗେଟ ଖୋଲାଯିବ। ବର୍ତ୍ତମାନ ହୀରାକୁଦରେ ୬୨୮.୩ ଫୁଟ ଜଳସ୍ତର ରହିଛି । ହୀରାକୁଦକୁ ୨ ଲକ୍ଷ ୯୮ କ୍ୟୁସେକ  ହଜାର ଜଳ ପ୍ରବେଶ କରୁଛି  । 

୧୨ ଗେଟ ଖୋଲାଯିବା ପରେ ୨ ଲକ୍ଷ ୩୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଥିବା ନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି । ଆସନ୍ତା ୧୬ ତାରିଖରେ ହେବାକୁ ଥିବା ଲଘୁଚାପ ବର୍ଷା ଅନୁସାରେ ଉତ୍ତର ଓଡିଶାରେ ବର୍ଷା ହେବ । ସେତେବେଳକୁ ବୈତରଣୀ ସ୍ଥିତି ସୁଧୁରି ଯାଇଥିବ, ବ୍ରାହ୍ମଣୀ ଏବେ ଭଲ ସ୍ଥିତିରେ ଅଛି । ଆସନ୍ତା ୨୦ ରେ ପୂର୍ଣ୍ଣିମା ଥିବାରୁ ସମୁଦ୍ରକୁ ପାଣି ଯିବା ସାମାନ୍ୟ କମିବ ବୋଲି ଶ୍ରୀ ସାମଲ  କହିଛନ୍ତି । 

Related Posts