ବନ୍ୟା ପାଣିରେ ବୁଡ଼ିଗଲା କାର : ଦୁଇ ଜଣଙ୍କୁ ଉଦ୍ଧାର କଲେ ଗ୍ରାମବାସୀ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି। ରାସ୍ତା ଉପରେ ପାଣି ଯାଉଛି। ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇଛି। ତେବେ ଏହାରି ମଧ୍ୟରେ ଖବର ଆସିଛି ଯେ କଟକ ଆଠଗଡରେ ଏକ ଅଭାବନୀୟ ଘଟଣା ଘଟିଛି। ବର୍ଷା ପାଣିରେ କାର ଭାସିଯାଉଥିବାର ଚିତ୍ର ସାମ୍ନାକୁ ଆସିଛି । କାରଟି ପାଣିରେ ଭାସିଯାଉଥିବା ବେଳେ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରିଛନ୍ତି । କାରଟି ଅତି ବିପଦପୂର୍ଣ୍ଣ ଭାବେ ରାସ୍ତା ଉପରେ ଫଶି ରହିଥିଲା । 

କଟକ ସମ୍ବଲପୁର ପୁରୁଣା ରାସ୍ତାର ଦହିସରା ନିକଟରେ ୫ ଫୁଟର ବର୍ଷା ପାଣି ପ୍ରବାହିତ ହେଉଛି । ତେବେ ରାସ୍ତା ଉପରେ ପାଣି ଯାଉଥିବା କାରଣରୁ କାରଟି ଭାସି ଯାଇଥିଲା । ଆଶ୍ବସ୍ତିର କଥା ହେଉଛି ଯେ, କାରରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଗ୍ରାମବାସୀଙ୍କ ପ୍ରୟାସରେ କାରଟିକୁ ମଧ୍ୟ ଉଦ୍ଧାର କରାଯାଇଛି । ଲଗାଣ ବର୍ଷା ଯୋଗୁଁ ତଳିଆ ଅଂଚଳରେ ମଧ୍ୟ ପାଣି ଜମି ରହିଛି । ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି। 

Related Posts