ବିଧାନସଭାରେ ମାନିଲେ ମନ୍ତ୍ରୀ; କ୍ରମାଗତ ଭାବେ ମହାନଦୀରେ ହ୍ରାସ ପାଉଛି ଜଳ ପ୍ରବାହ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଛତିଶଗଡ଼ ବନ୍ଧ ବାନ୍ଧିବା ଯୋଗୁଁ ଓଡ଼ିଶାର ମହାନଦୀ ଅବବାହିକା ଶୁଖିବାରେ ଲାଗିଛି । ଅଣମୌସୁମୀ ସମୟରେ କ୍ରମାଗତ ଭାବେ ମହାନଦୀରେ ଜଳ ପ୍ରବାହର ପରିମାଣ କ୍ରମାଗତ ଭାବେ ହ୍ରାସ ପାଇ ଆସୁଛି । ମହାନଦୀରେ ଜଳପ୍ରବାହ ନେଇ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ରଖି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଏ ତଥ୍ୟ ଦେଇଛନ୍ତି ।

ମନ୍ତ୍ରୀଙ୍କ କହିଛନ୍ତି, ଓଡ଼ିଶା ସରକାରଙ୍କ ଆକଳନ ଅନୁସାରେ, ମହାନଦୀର ହୀରାକୁଦ ଠାରେ ଅଣମୌସୁମୀ ଋତୁରେ ହାରାହାରି ଜଳ ପ୍ରବାହର ପରିମାଣ ୧୯୯୧-୯୨ ଠାରୁ ୨୦୦୪-୦୫ ପର୍ଯ୍ୟନ୍ତ ୧.୯୨ ନିୟୁତ ଏକର ଫୁଟ୍ ଥିଲା । ୨୦୦୫-୦୬ ମସିହା ଠାରୁ ୨୦୧୫-୧୬ ପର୍ଯ୍ୟନ୍ତ ହାରାହାରି ଜଳ ପ୍ରବାହ ୧.୨୫୨ ନିୟୁତ ଏକର ଫୁଟକୁ ହ୍ରାସ ପାଇଛି ।

ସେହିପରି ୨୦୧୬-୧୭ ମସିହା ଠାରୁ ୨୦୨୧-୨୨ ପର୍ଯ୍ୟନ୍ତ ହାରାହାରି ଜଳ ପ୍ରବାହ କ୍ରମାଗତ ଭାବେ ପ୍ରାୟ ୧.୧୮୭ ନିୟୁତ ଏକର ଫୁଟକୁ ହ୍ରସା ପାଇଛି । ଆକଳନ ଅନୁସାରେ, ଅଣମୌସୁମୀ ସମୟରେ ମହାନଦୀର ଜଳ ପ୍ରବାହ ତଟବର୍ତ୍ତୀ ଅଞ୍ଚଳରେ କମିବାରେ ଲାଗିଛି । ମହାନଦୀ ସମେତ ବିଭିନ୍ନ ନଦୀରେ ଇନଷ୍ଟ୍ରିମ୍ ଷ୍ଟରେଜ ଷ୍ଟ୍ରକ୍ଚର ନିର୍ମାଣ ଜରିଆରେ ଜଳ ସଂରକ୍ଷଣ ନିମନ୍ତେ ୨୦୧୯ରେ ସରକାର ୧୧ ହଜାର ୭୧୩ କୋଟି ଟଙ୍କା ଘୋଷଣା କରିଥିଲେ ବୋଲି ମନ୍ତ୍ରୀ ନିଜ ଉତ୍ତରରେ କହିଛନ୍ତି।

Related Posts