ଭୁବନେଶ୍ୱର,୨୬/୧୨(ସତ୍ୟପାଠ ବ୍ୟୁରୋ): କୁହୁଡ଼ି ଯୋଗୁଁ ଦୁର୍ଘଟଣା। ଭଦ୍ରକ ଜିଲ୍ଲା ୧୬ ନମ୍ଵର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ଭଦ୍ରକ ଗେଲପୁର ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ କାମ ଚାଲିଛି। ଆଜି ସକାଳେ ଏକ କାର୍ ଭୁବନେଶ୍ୱରରୁ କୋଲକତା ଅଭିମୁଖେ ଯାଉଥିବା ବେଳେ ଅନ୍ୟ ଏକ କାର୍ ମଧ୍ୟ ପଛରେ ଆସୁଥିଲା। ଘନ କୁହୁଡି ଯୋଗୁ ରାସ୍ତାଘାଟ କିଛି ଦେଖାଯାଉନଥିବାରୁ ଗେଲପୁର ଛକ ନିକଟରେ ଏକ କାର୍ ଅନ୍ୟ କାର୍କୁ ପଛରୁ ଧକ୍କା ଦେଇଥିଲା। ଦୁଇଟି କାର୍ରେ ୭ଜଣ ଯାତ୍ରୀଥିବା ବେଳେ ୩ ଆହତ ହୋଇଥିଲେ। ପୁଲିସ ପହ଼ଞ୍ଚି ଆହତ ଯାତ୍ରୀଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ପୁଲିସ ଗାଡି ଗୁଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
